ନ୍ୟାୟିକ ସେବା ପରୀକ୍ଷା ପାଇଁ ଅଦାଲତରେ ତିନିବର୍ଷର ଆଇନ ଅଭ୍ୟାସ ଜରୁରି : ସୁପ୍ରିମକୋର୍ଟ

84

କଟକ (ଉତ୍କଳ ନ୍ୟୁଜ) ୨୧.୫.୨୦୨୫ : ନୂଆ ଆଇନ ସ୍ନାତକମାନେ ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି |ପ୍ରବେଶସ୍ତରୀୟ ପଦବୀ ଲାଗି ଆବେଦନ କରୁଥିବା ପ୍ରାଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରାଯାଇଛି | ସୁପ୍ରିମକୋର୍ଟଙ୍କ ଏହି ରାୟ ନ୍ୟାୟିକ ସେବା ଆଶାୟୀଙ୍କ ଉପେର ସୁଦୂରପ୍ରସାରି ପ୍ରଭାବ ପକାଇବ | ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗୱାଇ ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସମ୍ଭାବ୍ୟ ବିଚାରପତିମାନଙ୍କ ପାଇଁ କୋର୍ଟ ରୁମ ଅଭିଜ୍ଞତାର ଗୁରୁତ୍ୱକୁ ଦୋହରାଇଛନ୍ତି | ଖଣ୍ଡପୀଠରେ କହିଛନ୍ତି ଯେ ,ନିମ୍ନ ଡିଭିଜନ କ୍ୟାଡର ଥିବା ଏଣ୍ଟ୍ରି ଲେଭଲ ସିଭିଲ ଜର୍ଜ ପଦବୀ ପାଇଁ ନ୍ୟାୟିକ ସେବା ପରୀକ୍ଷାରେ ବସିବା ଲାଗି ସର୍ବନିମ୍ନ ୩ ବର୍ଷର ଆଇନ ଅଭ୍ୟାସ ବାଧ୍ୟତାମୂଳକ | ସର୍ବଭାରତୀୟ ବିଚାରପତି ସଂଘ ପକ୍ଷରୁ ଦାୟର ଏକ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦିଆଯାଇଛି |