ପୋଲିସ ଉପରେ ବର୍ଷିଲେ ସୁପ୍ରିମକୋର୍ଟ |

145

କଟକ,(ଉତ୍କଳ ନ୍ୟୁଜ),୫.୬.୨୦୨୫ : ନିର୍ବାଚନ ପରବର୍ତ୍ତୀ ହଂସା ସମୟରେ ଜଣେ ବିଜେପି ସମର୍ଥକଙ୍କ ଘରେ ଭଙ୍ଗାରୁଜା ଓ ତାଙ୍କ ପତ୍ନୀ ଙ୍କୁ ଯୌନ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟ ନିକଟରେ ପଶ୍ଚିମବଙ୍ଗ ପୋଲିସକୁ କଡା ସମାଲୋଚନା କରି କହିଛନ୍ତି ଯେ ,ଦାୟିତ୍ୱ ଥିବା ଅଧିକାରୀ ଏଫଆଇଆର ରୁଜୁ କରିବାକୁ ମନା କରିଦେଇଥିଲେ ଏବଂ ପରିବାରକୁ ନିଜ ସୁରକ୍ଷା ପାଇଁ ଗାଁ ଛାଡିବାକୁ କହିଥିଲେ |କୋର୍ଟ କହିଛନ୍ତି , ଘଟଣାଟି ଯେଭଳି ନିନ୍ଦନୀୟ ଢଙ୍ଗରେ ଘଟିଛି , ତାହା ଦର୍ଶାଉଛି ଯେ ଭିନ୍ନ ଦଳର ସମର୍ଥକଙ୍କୁ ଦମନ କରିବା ସେମାନଙ୍କ ଏକମାତ୍ର ଉଦେଶ୍ୟ ଥିଲା | ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠରେ କହିଛନ୍ତି ,ଏହି ଘୃଣ୍ୟ ଅପରାଧ ଗଣତନ୍ତ୍ରର ମୂଳ ଉପରେ ଏକ ଗମ୍ଭୀର ଆକ୍ରମଣରୁ କମ ନୁହେଁ |