ଊର୍ଧ୍ୱଗାମୀ ହେଉଛି ଭାରତୀୟ ସେୟାର ବଜାର |

79

କଟକ (ଉତ୍କଳ ନ୍ୟୁଜ )୧୪.୫.୨୦୨୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଭାରତୀୟ ଷ୍ଟକ ବଜ଼ାରରେ ଏକ ପ୍ରକାରର ଖୁସି ଦେଖିବାକୁ ମିଳିଛି | ଗତକିଛି ମାସ ହେବ ସେୟାର ବଜ଼ାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବ ପରେ ଏହି ଟ୍ରେଣ୍ଡ ବଦଳୁଥିବା ନଜର ଆସୁଛି |ଗତ କିଛି ଦିନ ଲଗାତାର ଭାବେ ଉପରମୁଁହା ରହୁଛି ଭାରତୀୟ ଷ୍ଟକ ମାର୍କେଟ |ସପ୍ତାହର ତୃତୀୟ କାର୍ଯ୍ୟ ଦିବସ ବୁଧବାର ଦିନର କଥା ଯଦି ଦେଖିବା ତ ମାର୍କେଟ୍ର ଓପେନିଙ୍ଗ ଗ୍ରୀନ ଜୋନ ରୁ ହୋଇଛି | ଯାହାକି ଗତ କିଛି ମାସର ନିମ୍ନଗାମୀ ବଜ଼ାର ଟ୍ରେଣ୍ଡରେ ବିରାମ ଲାଗିଛି | ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାରଯୁକ୍ତ ସେନସେକ୍ସ ଖୋଲିବା ପରେ ୪୦୦ ପଏଣ୍ଟ ରୁ ବି ଅଧିକ ଉପରକୁ ଯାଉଛି | ସେହିପରି ନେସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟ ୧୨୦ ପୋଇଁତ ଚଢିକରି କାର୍ଯ୍ୟବାହୀ ଆରମ୍ଭ କରିଛି | ସେହିପରି ଟାଟା ଷ୍ଟିଲର ସେୟାର ଲଗାତାର ଭାବେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି |