ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜାମୁ କାଶ୍ମୀରର ବାଦାମୀ ବଗ କ୍ୟାଟେନମେଣ୍ଟକୁ ଗସ୍ତ ଅବସରରେ ପାକିସ୍ତାନର ପରମାଣୁ ଅସ୍ତ୍ରଭଣ୍ଡାରକୁ ନେଇ ଏକ ଗୁରୁତ୍ୱପୂର୍ଣ ଟିପ୍ପଣୀ ଦେଇଛନ୍ତି |ରାଜନାଥ କହିଛନ୍ତି , ଆଜି ମୁ ଶ୍ରୀନଗର ମାଟିରୁ ଏହି ପ୍ରଶ୍ନ ଉତହେବାକୁ ଯାଉଛି ଯେ ଏକ ଦାୟିତ୍ବହୀନ ଏବଂ ବିଶ୍ୱାସ ଘାତକ ରାଷ୍ଟ୍ର ହାତରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ? ତେବେ ପାକିସ୍ତାନର ପରମାଣୁ ଅସ୍ତ୍ର ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ) ନିରକ୍ଷଣରେ ରହିବା ଉଚିତ ବୋଲି ରାଜନାଥ କହିଛନ୍ତି | ଯବାନଙ୍କୁ ଉଦ୍ବୋଧନ ଦେଇ ରାଜନାଥ କହିଛନ୍ତି , ପାକିସ୍ତାନ ଦ୍ଵାରା ବାରମ୍ବାର ଦାୟିତ୍ବହୀନ ପରମାଣୁ ଧମକ ଦିଆଯିବା ଘଟଣାର ବୈଷୟିକ ଯାଞ୍ଚ ହେବ ଉଚିତ | ଉଲ୍ଲେଖଯୋଗ୍ୟ , ଭାରତ ଓ ପାକିସ୍ତାନ ଏକ ଅସ୍ତ୍ରବିରତି ଚୁକ୍ତିରେ ପହଞ୍ଚିବାରେ ୫ ଦିନପରେ ରାଜନାଥ ସିଂହ ଶ୍ରୀନଗର ରେ ପହଞ୍ଚିଥିଲେ | ଅପରେସନ ସିନ୍ଦୂର ସମୟରେ ନିୟନ୍ତ୍ରଣ ରେଖା ନିକଟରେ ସୈନିକଙ୍କ ବୀରତ୍ୱ କୁ ପ୍ରଶଂସା କରିଛନ୍ତି |