ମୋଦୀଙ୍କୁ ନାମିବ୍ୟାର ସର୍ବୋଚ୍ଚ ସମ୍ମାନ |

196

କଟକ,(ଉତ୍କଳ ନ୍ୟୁଜ),୧୦.୦୭.୨୦୨୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବ୍ୟାର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି | ନାମିବ୍ୟା ରାଷ୍ଟ୍ରପତି ନେତୁମ୍ବୋ ନନ୍ଦି ନଦେତୱାହ ମୋଦୀଙ୍କୁ ରାଷ୍ଟ୍ରର ସର୍ବୋଚ୍ଚ ବେସାମରିକ ସମ୍ମାନ "ଅର୍ଡର ଅଫ ଦି ମୋଷ୍ଟ ଏନସିଏଣ୍ଟ ୱେଲୱାଇଚଚିଆ ମିରାବିଲସ ରେ ସମ୍ମାନିତ କରିଛନ୍ତି | ଉଲ୍ଲେଖଯୋଗ୍ୟ , ମୋଦୀ ତାଙ୍କ ୫ ରାଷ୍ଟ୍ର ଗସ୍ତର ଶେଷ ପର୍ଯାୟରେ ନାମିବ୍ୟାରେ ଅଛନ୍ତି | ନାମିବ୍ୟାକୁ ଏହା ମୋଦିଙ୍କ ପ୍ରଥମ ଗ୍ରସ୍ତ ଏବଂ ତୃତୀୟ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ନାମିବ୍ୟା ଗ୍ରସ୍ତ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏ ପର୍ଯନ୍ତ ମୋଟ ୨୭ଟି ଅନ୍ତର୍ଜାତୀୟ ସମ୍ମାନ ମିଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବ୍ୟାର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରିବା ଅବସରରେ କହିଛନ୍ତି ," ୱେଲୱାଇଚଚିଆ ମିରାବିଲସ" ରେ ସମ୍ମନିତ ହେବା ମୋ ପାଇଁ ଏବଂ ପ୍ରତ୍ୟକ ଭାରତୀୟଙ୍କ ପାଇଁ ଗୌରବ ଓ ସାମ୍ମନର ବିଷୟ | ରାଷ୍ଟ୍ରପତି , ନାମିବ୍ୟା ସରକାର ଏବଂ ଜନସାଧାରଣାଙ୍କୁ ଏଥିପାଇଁ ମୁଁ କୃତଜ୍ଞତା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |