ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ ପକ୍ଷରୁ ଚୁଡ଼ଙ୍ଗଗଡ଼ ବାରଙ୍ଗ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ |

31

କଟକ ( ଉତ୍କଳ ନ୍ୟୁଜ ) ୧୩-୧୧-୨୬ : ଆସନ୍ତା ୨୪ ତାରିଖ ଠାରୁ ୨୮ ତାରିଖ ଯାଏଁ ଆୟୋଜିତ ହେବାକୁ ଥିବା ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ ପକ୍ଷରୁ ଚୁଡ଼ଙ୍ଗଗଡ଼ ବାରଙ୍ଗ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଚୁଡ଼ଙ୍ଗ ଗଡ଼ ବାରଙ୍ଗ ମହୋତ୍ସବ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀମିତ ନ ରଖି ଅଞ୍ଚଳର କ୍ରୀଡ଼ା, ପ୍ରତିଭା ଓ କ୍ରୀଡ଼ାବିତ୍ ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରୟାସ କରିଛି। ଉଦଘାଟକ ଭାବେ ବିଜେପି ନେତା ଗୋଲକ ମହାପାତ୍ର ଉପସ୍ଥିତ ରହି ରିବନ୍ କାଟି ଏହାକୁ ଉଦଘାଟନ କରିଥିଲେ। ପଡ଼ିଆ ମଧ୍ୟରେ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟନ ଉତ୍ସବରେ ୟୁଥ୍ ସ୍ପୋର୍ଟସ କ୍ଲବ ମରିଚିଆ ସହିତ ମଦନ ମୋହନ କ୍ଲବ୍ ଉଷୁମା, ପ୍ରତାପ କ୍ଲବ୍ ପ୍ରତାପନଗରୀ ସହିତ ନୀଳମାଧବ ଶବର ସଂଘ ଦଳୁଆ, ଜୟ ଜଗନ୍ନାଥ ୟୁଥ୍ କ୍ଳବ୍ ମୁଣ୍ଡମୁହାଣ ସହିତ ଚମ୍ପାନାହାକାଣୀ କ୍ଲବ୍ ପଦ୍ମକେଶରପୁର ଏବଂ ମା ମଙ୍ଗଳା କ୍ଳବ୍ ଗୋଠପୁର ସହିତ ଗତିଶ୍ୱର୍ କ୍ଲବ କୁଜିମହଲ ମଧ୍ୟରେ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଲିଗ୍ ମ୍ୟାଚରେ ମରିଚିଆ, ପ୍ରତାପନଗରୀ, ପଦ୍ମକେଶରପୁର ଓ ଗୋଠପୁର ବିଜୟୀ ହୋଇଥିଲେ।

କ୍ୱାର୍ଟର ଫାଇନାଲରେ ମରିଚିଆ ଓ ପ୍ରତାପନଗରୀ ଏବଂ ପଦ୍ମକେଶରପୁର ଓ ଗୋଠପୁର ମଧ୍ୟରେ ଖେଳ ଅନୁଷ୍ଟିତ ହୋଇଥିଲା। ଏଥିରେ ୟୁଥ ସ୍ପୋର୍ଟସ କ୍ଲବ ମରିଚିଆ ଟ୍ରାଇବ୍ରେକରରେ ଓ ଗୋଠପୁର୍ ୨-୦ ଗୋଲରେ ସେମି ଫାଇନାଲକୁ ପ୍ରବେଶ କରିଛନ୍ତି। କାର୍ଯ୍ଯକ୍ରମରେ ଉଦଘାଟକ ଭାବେ ବିଜେପି ନେତା ଗୋଲକ ମହାପାତ୍ର ଉପସ୍ଥିତ ରହି ରିବନ୍ କାଟିଥିଲେ ଏହାକୁ ଉଦଘାଟନ କରିଥିଲେ। ପଡ଼ିଆ ମଧ୍ୟରେ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ସମେତ ବହୁ ଅତିଥି ଓ କମିଟିର କର୍ମକର୍ତ୍ତା ଉପସ୍ଥିତ ରହି କ୍ରୀଡ଼ାକୁ ପରିଚାଳନା କରିଥିଲେ। କଟକ ଜିଲ୍ଲାରୁ ଉମା ଶଙ୍କର ଭଞ୍ଜ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ. |