ସିନ୍ଦୋଳରେ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ, ତ୍ରିସ୍ତରୀୟ ନିର୍ବାଚନ ଲାଗି ସଜବାଜ |

39

କଟକ ( ଉତ୍କଳ ନ୍ୟୁଜ ) ୮-୧୦-୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ସିନ୍ଦୋଳ ଗ୍ରାମରେ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତ ସଭାପତି କରୁଣାକର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଯୋଗଦେଇ ନିର୍ବାଚନ ସଂକ୍ରାନ୍ତରେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ବ୍ଲକ ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ଲାଗି ଆମକୁ ସଜବାଜ ହେବାର ସମୟ ଆସିଛି ବୋଲି କହିଥିଲେ । ଡବଲ୍ ଇଞ୍ଜିନ୍‌ର ଡବଲ୍ ମିଛ ଲୋକଲୋଚନକୁ ଆଣିବା, ସେମାନଙ୍କ କଳାକାରନାମାକୁ ଲୋକଙ୍କ ନିକଟରେ ପହଂଚାଇବା, ଘରେ ଘରେ ଭୋଟରଙ୍କୁ ଭେଟି ସୁଖ ଦୁଃଖର ସାଥି ହେବା ସହିତ ଆପଦବିପଦ କାଳରେ ସେମାନଙ୍କୁ ସହଯୋଗ କରିବା ଏବଂ ଲୋକଙ୍କ ବିଶ୍ୱାସ ଭାଜନ ହେଲେ ସମର୍ଥନ ମିଳିବ ବୋଲି ପରାମର୍ଶ ଦେଇଥିଲେ । ବରିଷ୍ଠ ନେତା ମୀନକେତନ ସେନାପତି, ବଳରାମ ମଳିକ, ଦୀପକ ଦାସ, ଗୋରାବାବୁ ସାହା, ସଞ୍ଜିବ ନାୟକ, ମୁକ୍ତିକାନ୍ତ ବାରିକ, ପ୍ରକାଶ ନାୟକ, ଗୟାଧର ନାୟକ, ଭାବଗ୍ରାହୀ ମଲ୍ଲିକ, ଲକ୍ଷ୍ମୀକାନ୍ତ ନାୟକ, ଭାଗିରଥି ମଳିକ, ଚକ୍ରଧର ନାୟକ, ସନ୍ତୋଷ ଗାହାଣ, ଅଜିତ ସାହା, ଶ୍ରୀକାନ୍ତ ଜେନା, ପଞ୍ଚାନନ ମଳିକ, ରାମଚନ୍ଦ୍ର ମଳିକ, ଦୁଃଶାସନ ମଳିକ, ଅର୍ଜୁନ ମଳିକ, ସୟଦ୍ ଖୁର୍ବାନ୍‌, ସତ୍ୟନାରାୟଣ ଦାସ, ପୁରୋସ୍ତମ ବାରିକ, ଗୌତମ ବାରିକ, ତାରାକାନ୍ତ ବାରିକ, ନାରାୟଣ ଦାସ, ସଦାପ୍ରକାଶ ନାୟକ, ଶିବପ୍ରସାଦ ନାୟକ, ଅକ୍ଷୟ ମଲ୍ଲିକ, ଚରଣ ବାରିକ, ପରମେଶ୍ୱର ଦାସ, ଅନିଲ ଖାଁ, ଅଭିମନ୍ୟୁ ପୃଷ୍ଟି, କେଶବ ନାୟକ, ଦିପୁ ଦାସ ଓ ବଳରାମ ବାରିକ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |