ବାରବାଟିଆ ଦୁର୍ଗାପୂଜା ଚାରି ଶତାବ୍ଦୀର ପରମ୍ପରା, ମା ଙ୍କ ମହିମା ଅପାର, ଆଟିକା ଭୋଗ ପାଇଁ ଭକ୍ତଙ୍କ ସୁଅ ଛୁଟିଥାଏ |

39

କଟକ ( ଉତ୍କଳ ନ୍ୟୁଜ ) ୧୫-୧୦-୨୬ : ଧରାପୃଷ୍ଟକୁ ଅବତରଣ କରୁଛି ପାର୍ବଣର ଋତୁ । ଚଳିତ ବର୍ଷର ମାହୋଲକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି ପାର୍ବଣର ମାହୋଲକୁ ଅଧିକ ମନୋରମ କରିବା ପାଇଁ ପୂଜା ମଣ୍ଡପ ଗୁଡିକ ଆନୁସଙ୍ଗିକ ପ୍ରସ୍ତୁତି ଚୂଡାନ୍ତ ହେବାକୁ ଯାଉଛି । ଗାଁ ଗହଳିରୁ ଆରମ୍ଭ କରି ସହର ଓ ବସ୍ତି ଯାଏଁ ସବୁଠି ପାର୍ବଣକୁ ନେଇ ଆରମ୍ଭ ହୋଇ ଗଲାଣି ମଉଜ ମସ୍ତିର ମାହୋଲ । ଏଥର ପୂଜାକୁ କିଏ କେମିତି ଉପଭୋଗ କରିବ ସେଥିଲାଗି ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରଣ୍ଟ ପ୍ରସ୍ତୁତ ହୋଇ ଗଲାଣି । ଭାରତ ବର୍ଷରେ ବଙ୍ଗଳା ପରେ ଓଡିଶାରେ ଏହି ପୂଜା ବେଶ୍ ପ୍ରସିଦ୍ଧି ଲାଭ କରିଛି । ଓଡିଶାର ଦୈତ୍ୟ ନଗରୀକୁ ଛାଡିଲା ପରେ ଅନ୍ୟାନ୍ୟ ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଏହି ପୂଜା ମାହୋଲ ରହିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ହରସିଂପୁର ପଞ୍ଚାୟତ ଅଧିନ ବାରବାଟିଆର ଗାଁର ସାର୍ବଜନୀନ ଦୁର୍ଗାପୂଜା ଚାରି ଶତାବ୍ଦୀରୁ ଉର୍ଦ୍ଧ ବର୍ଷରେ ପଦାର୍ପଣ କରିଛି । ମୃଣ୍ମୟୀ ମୂର୍ତ୍ତୀ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ôଚଥିବା ବେଳେ ସାଜସଜ୍ଜା ମଧ୍ୟ ଆଗେଇ ଚାଲିଛି । ଏହି ଦୁର୍ଗାପୂଜା ବଡ ନିଆରା । ଗାଁ ଠାରୁ ଆରମ୍ଭ କରି ସୁଦୁର ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥାଏ । ମା’ଙ୍କ ମହିମା ଅପାର ଯିଏ ଯାହା ମନସ୍କାମନା କରିଥାଏ ତାହ ପୂରଣ ହୋଇଥିବା ଏବେବି ବିଶ୍ୱାସ ରହିଛି । ପ୍ରତିବର୍ଷ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ପୂଜା କାର୍ଯ୍ୟ ବିଭିନ୍ନ ଦାୟିତ୍ୱ ନେବା ଏପରିକି ମାନସିକ ପାଲା ଓ ଦାସକାଠିଆ ପରିବେଷଣ କରିଥାନ୍ତି । ଲୋକମୁଖରୁ ଯାହା ଶୁଣାଯାଏ, ୪ ଶହ ବର୍ଷ ତଳେ ଏହି ଗାଁର ନାରଣ ମିଶ୍ର ନାମକ ଜଣେ ବ୍ରାହ୍ମଣ କାକଟପୁର ମଙ୍ଗଳା ପୀଠରେ ଚଣ୍ଡି ପାଠ କରୁଥିବା ବେଳେ ମା ତାଙ୍କ ଉପରେ ପ୍ରିତ ହୋଇଥିଲେ । ସ୍ୱପ୍ନାଦେଶ ବଳରେ ତାଙ୍କ ଠାରୁ ପୂଜା ପାଇବାକୁ କହିବା ସହ ତାଙ୍କ ସହ ଆସିଥିଲେ । ସେତେବେଳ ଏହି ଗାଁର ଏକ ବିଶାଳ ବଟବୃକ୍ଷ ମୂଳେ ଏକ ଧୂଳିଆ ଘର ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରା ଯାଉଥିଲା । ଦୁର୍ଗାପୂଜାରେ ପୂଜକ ପରିବାର ଲୋକେ କାଦୁଅ ପିଣ୍ଡୁଆ ତିଆରି କରାଯାଏ ଏବଂ ପୂଜା ଦିନ ମା ଙ୍କ ଆବିର୍ଭାବ ହୋଇଥାଏ । ୨ ଶହ ବର୍ଷ ଧରି ଧୂଳିଆ ଘରେ ପୂଜା ପାଉଥିଲେ ଏବଂ ପରବର୍ତ୍ତୀ ସମୟରେ ଏକ ଆଜବେଷ୍ଟସ ଘର ନିର୍ମାଣ ହୋଇ ପୂଜାକାର୍ଯ୍ୟ ଚାଲୁଥିଲା । ଏବଂ ପ୍ରାୟ ୫୭ ବର୍ଷ ତଳେ ଜଣେ ବଦାନ୍ୟ ବକ୍ତିଙ୍କ ସହାୟତାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ପୂଜକ ତଥା କର୍ତ୍ତାଭାବେ ସାଧୁଚରଣ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ ଓ ସହାୟତାରେ ଉଜ୍ୱଳ ଆଲୋକମାଳା, ସାଜସଜ୍ଜା ସହ ଦୈନିକ ପାଲା ଓ ଦାସକାଠିଆରେ ପୀଠ ଚଳଚଞ୍ଚଳ ହୋଇଥାଏ । ସବୁଠୁ ବଡକଥା ହେଉଛି ଏହି ପୀଠରେ ଶ୍ରଦ୍ଧାଳୁ ଭକ୍ତମାନେ ଆଟିକା ଭୋଗ ଲଗାଇଥାନ୍ତି । ଏଥିସହ ହଜାର ହଜାର ଭକ୍ତଙ୍କ ସମାଗମରେ ପୀଠ ଶୋଭାବର୍ଦ୍ଧନ କରିଥାଏ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।