କଟକ ( ଉତ୍କଳ ନ୍ୟୁଜ ).୨୪-୦୭-୨୦୨୬ : ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥ ପାର୍ଶ୍ଵର ତିହିଡି଼ କଲେଜ ଛକ ନିକଟସ୍ଥ ବଡ଼ଗାଲୋ ଛକରେ ଶୁକ୍ରବାର ହେବେନ ଗେଷ୍ଟ ହାଉସ ଉଦଘାଟିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଆଇଆଇସି ଲୋପାମୁଦ୍ରା ନାୟକ ଯୋଗଦେଇ ଏହି ଗେଷ୍ଟ ହାଉସକୁ ଉଦଘାଟନ କରିବା ଅବସରରେ କହିଥିଲେ ଯେ, ଲୋକମାନେ ଗେଷ୍ଟ ହାଉସ ପାଇଁ ରାତ୍ର ରହଣୀର ସୁବିଧା ପାଇ ପାରିବେ। ଅନ୍ୟତମ ଅତିଥି ଭାବେ ଏଏସଆଇ କୁମୁଦିନୀ ବେହେରା ଯୋଗ ଦେଇଥିଲେ l ଗେଷ୍ଟ ହାଉସ ପରିଚାଳକ ମାନସ ରଞ୍ଜନ ନାୟକ ଓ ତାଙ୍କ ପତ୍ନୀ ତିଳତ୍ତମା ନାୟକ ପୂଜା ଅର୍ଚ୍ଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ସରୋଜ କୁମାର ଦାସ, ମୁକ୍ତିକାନ୍ତ ନାୟକ, ଦିଲୀପ କୁମାର ବଳ, ସୁବ୍ରତ ନାୟକ, ସଂଗ୍ରାମ ବଳ, ରତିକାନ୍ତ ଦାସ, କରୁଣାକର ନାୟକ, କାହ୍ନୁଚରଣ କର, ସନ୍ତୋଷ କୁମାର ବହଳି, ଶ୍ରୀଧର ତରାଇ, ରଣଜିତ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।