ରାଜନୈତିକ ଛକାପଞ୍ଜାରେ ବଳି ପଡ଼ୁଛନ୍ତି ଗରିବ ଜନସାଧାରଣ ବିଜୁ ଜନତା ଦଳ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର।

86

କଟକ ( ଉତ୍କଳ ନ୍ୟୁଜ ) ୫-୧୦-୨୬ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଇଁ ଚାଷଜମି, ବାସଗୃହ ଏବଂ ରାସ୍ତାଘାଟର ବ୍ୟାପକ କ୍ଷତି ଘଟିଛି। ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ୭ ଦିନିଆ ରିଲିଫ୍ ଚାଉଳ ଯୋଗାଇ ଦେବାକୁ ନିର୍ଦ୍ଦେଶନାମା ଜାରି କରା ଯାଇଛି। ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ଏହି ସହାୟତା ପହଞ୍ଚୁଥିବା ବେଳେ, ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ଘୋଷିତ ତିହିଡ଼ି ଏନଏସି ଅଞ୍ଚଳର ଅଧିବାସୀମାନେ ଏହି ସହାୟତାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ​ମୁକୁନ୍ଦପୁର ପଞ୍ଚାୟତର ବିଦ୍ୟାଧରପୁର, କାଳିମେଘା ଓ କଞ୍ଚନପୁର ଗ୍ରାମ ନୂଆ ଏନ.ଏ.ସିରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ନାଳିଆ ନଇରେ ଘାଇ ଭାଙ୍ଗିବା ଦ୍ଵାରା ଧାନଚାଷ ଫସଲ ନଷ୍ଟ ହୋଇଛି ​ଭାଟପଡ଼ା ପଞ୍ଚାୟତର ଭାଟପଡ଼ା, ମିର୍ଜାପୁର,​ମହରମପୁର ପଞ୍ଚାୟତର ଷାଠିବାଟି ଗ୍ରାମ, ଯାହାକି ହେମଜୁରୀ ନଈର ବନ୍ୟାଜଳ ଦ୍ୱାରା ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ​ଷାଠିବାଟି ଅଞ୍ଚଳରେ ରାଜସ୍ୱ ନିରୀକ୍ଷକଙ୍କ ପ୍ରତ୍ୟକ୍ଷ ତଦନ୍ତ ପରେ ସରକାରୀ ପଲିଥିନି ମିଳିଛି ଗୋ ଖାଦ୍ୟ ପ୍ରଶାସନ ଯୋଗେଇ ଦେଇଛି ମାଟି ଘର କାନ୍ଥ ପଡ଼ିଗଲାଣି କେବଳ ପ୍ରାଥମିକ ସହାୟତା ଭାବେ ମିଳିଥିଲା ଦୁଇ ସହ ଗ୍ରାମ ଚୁଡା, ଗୁଡ଼ ମିଳିଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତିଶ୍ରୁତିବଦ୍ଧ ରିଲିଫ୍ ଚାଉଳ ମିଳିବାରୁ ଉପେକ୍ଷିତ କରାଯାଇଛି । ​ଯେଉଁ ସବୁ ପଞ୍ଚାୟତରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ ସେଠାରେ ରିଲିଫ୍ ବଣ୍ଟନ କରାଯିବା ନେଇ ଘୋଷଣା କରାଯାଇଛି। ଏପରି କି ନୂତନ ଭାବେ ଘୋଷିତ ହୋଇଥିବା ଏନ.ଏ.ସିରେ ମଧ୍ୟ ରିଲିଫ ଚାଉଳ ବଣ୍ଟା ଯାଉଥିବା ନେଇ ତିହିଡି ଏନ.ଏ.ସି ବାସୀ ଜାଣିବା ପରେ ଅସନ୍ତୋଷ ନିଆଁ କୁହୁଳିବାରେ ଲାଗିଛି। ତିହିଡ଼ି ଏନଏସି ଅଞ୍ଚଳର ଯେଉଁ ଗରିବ ଖଟିଖିଆ ଲୋକମାନେ ବସବାସ କରୁଛନ୍ତି ସେମାନଙ୍କୁ କାହାର ଇଙ୍ଗିତରେ ଏବଂ କେଉଁ ସ୍ୱାର୍ଥ ପାଇଁ ଏହି ସହାୟତାରୁ ବଞ୍ଚିତ କରାଗଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରାକୃତିକ ଦୁର୍ବିପାକ ସମୟରେ ମଧ୍ୟ ଯଦି ଜନସାଧାରଣଙ୍କୁ ସଂକୀର୍ଣ୍ଣ ରାଜନୈତିକ ଛକାପଞ୍ଜା ଏବଂ ଅବହେଳାର ଶିକାର ହେବାକୁ ପଡ଼େ ତେବେ ସାଧାରଣ ଗରିବ ଖଟିଖିଆ ମାନଙ୍କର ଜୀବନ ଜୀବିକା ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିବ। ​ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ତିହିଡ଼ି ପ୍ରଶାସନ ଏହି ଗମ୍ଭୀର ସମସ୍ୟାର ତୁରନ୍ତ ସମଧାନ କରନ୍ତୁ ଏବଂ ତିହିଡ଼ି ଏନଏସି ଅନ୍ତର୍ଗତ ବଞ୍ଚିତ ହୋଇଥିବା ପ୍ରତ୍ୟେକ ପରିବାରକୁ ରିଲିଫ୍ ଚାଉଳ ପ୍ରଦାନ କରିବାକୁ ମହରମପୁର ସରପଞ୍ଚ ତାପସ ବେହେରା, ପୂର୍ବତନ ସରପଞ୍ଚ ବିଷ୍ଣୁ କୁଅଁର, ମୁକୁନ୍ଦପୁର ପୂର୍ବତନ ସରପଞ୍ଚ କୀର୍ତନ ରାଉତ, ପୂର୍ବତନ ସମିତି ସଭ୍ୟ ସଂଗ୍ରାମ କେଶରୀ ଦାସ, ମହରମପୁର ସମିତି ସଭ୍ୟ ଧର୍ମାନନ୍ଦ ବେହେରା, ବିଭୁତି ଭୂଷଣ ଦାସ, ଲକ୍ଷ୍ମୀଧର ଜେନା, ଦେବେନ୍ଦ୍ର ଜେନା, ଅଭୟ ସେଠି, ଭଗବାନ ଲେଙ୍କା, ମହିନ୍ଦ୍ର ପାତ୍ର, ବିଦ୍ୟାଧର ସେଠି, ମହେଶ୍ୱର ପୃଷ୍ଟି, କରୁଣା କର ଦାସ, ଊତ୍ତମ ସେଠି, ସୂଯ୍ୟମଣି ଦାସ,ନାରାୟଣ ନାୟକ ପ୍ରମୁଖ ଦାବିପତ୍ର ଦେବା ସହ ରିଲିଫ ଚାଉଳ ବଣ୍ଟନ ପାଇଁ ଦାବି କରିଛନ୍ତି ନଚେତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ପ୍ରକାଶ କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |