ପ୍ରଖ୍ୟାତ ନ୍ୟୁରୋସର୍ଜନ ଅଶୋକ ମହାପାତ୍ର ଙ୍କ ଦେହାନ୍ତ |

42

କଟକ (ଉତ୍କଳ ନ୍ୟୁଜ ) ୩/୧୧/୨୬ : ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର ଙ୍କ ର ଦେହାନ୍ତ ଘଟିଛି | କିଛି ଦିନ ତଳେ ସେ ମସ୍ତିସ୍କ ଯନ୍ତ୍ରଣା ରେ ଅସୁସ୍ଥ ହେଇ ଭୁବନେଶ୍ୱର ସମ ହସ୍ପିଟାଲ ରେ ସେ ଉପଚାରିତ ହେଉଥିଲେ | ଅଧିକ ଉନ୍ନତ ଚିକତ୍ସା ଲାଗି ତାଙ୍କୁ ନୂଆଦିଲ୍ଲୀ କୁ ସେପ୍ଟେମ୍ବର ୨୭ ରେ ସ୍ଥାନାନ୍ତରିତ କରାଯାଇଥିଲା | ପ୍ରଫେସର ମହାପାତ୍ର ମସ୍ତିସ୍କ କର୍କଟ ରେ ପୀଡିତ ଥିଲେ , ଅକ୍ଟୋବର ୫ ରେ ତାଙ୍କର ଅସ୍ତ୍ରୋପଚାର ହେଇଥିଲା | ନୂଆଦିଲ୍ଲୀ ଏମ୍ସ ର ପ୍ରଫେସର ଆଶିଷ ସୁରୀ ତାଙ୍କ ଚିକିତ୍ସା କରୁଥିଲେ | ମାତ୍ର ସୋମବାର ରାତି ୯ ଟା ୧୫ ରେ ୭୪ ବର୍ଷ ବୟସରେ ତାଙ୍କର ପରଲୋକ ହେବା ନେଇ ନୂଆଦିଲ୍ଲୀ ଏମ୍ସ ପକ୍ଷ ରୁ ସୂଚନା ଦିଆଯାଇଛି | ମୃତ୍ୟୁ ଶଯ୍ୟା ନିକଟ ରେ ତାଙ୍କ ଭାଇ , ସହଧର୍ମିଣୀ ଓ ଏକ ମାତ୍ର କନ୍ୟା ଉପସ୍ଥିତ ଥିଲେ | ୧୯୫୨ ଡ଼ିସେମ୍ବର ୨୯ ତାରିଖ ରେ ପ୍ରଫେସର ଅଶୋକ ମହାପାତ୍ର ପୁରୀ ଜିଲ୍ଲା ର ବୀରଗୋବିନ୍ଦପୁର ରେ ଜନ୍ମ ଗ୍ରହଣ କରିଥିଲେ | ୨୦୧୨ ରେ ଏମ୍ସ ର ନିର୍ଦେଶକ ଦାୟିତ୍ୱ ଗ୍ରହଣ କରିଥିଲେ | ଦୀର୍ଘ ୪୨ବର୍ଷ ଧରି ଏମ୍ସ ଦିଲ୍ଲୀ ରେ କାର୍ଯ୍ୟ କରିବା ପରେ ଡିନ (ଗବେଷଣା )ଭାବେ ଅବସରଗହଣା କରିଥିଲେ | ପରେ ଶିକ୍ଷା ଓ ଅନୁ ସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ର କୁଳପତି ଭାବେ କାର୍ଯ୍ୟ କରିଥିଲେ | ଓଡିଶା ର କନ୍ଧମାଳ ଜିଲ୍ଲା ର ଜଗା-ବଳିଆ ଙ୍କ ମୁଣ୍ଡ ଅଲଗା କରିବା ଅସ୍ତ୍ରୋପଚାର ସଫଳ କରିବା ରେ ବିଶେଷ ଭୂମିକା ନେଇଥିଲେ ପ୍ରଫେସର ଡା.ମହାପାତ୍ର | ଉତ୍କଳ ନ୍ୟୁଜ