ସି. ଇ. ସି. ଜ୍ଞାନେଶ କୁମାର ର ଇସ୍ତଫା ଦାବିରେ ଇଣ୍ଡିଆ ବ୍ଲକ ର ବିକ୍ଷୋଭ।

27

କଟକ ( ଉତ୍କଳ ନ୍ୟୁଜ ) ୬. ୧୦. ୨୦୨୬ : , ଜ୍ଞାନେଶ କୁମାର ଙ୍କ ଇସ୍ତଫା,ଏମ. ଏମ. ଡି. ଆର. ୨୦୨୬ ସଂଶୋଧନ ବନ୍ଦ କର, ନିତ୍ୟାନନ୍ଦ ଗଣ୍ଡ ର ଇସ୍ତଫା ଦାବିରେ ଆଜି ଇଣ୍ଡିଆ ବ୍ଲକ ତରଫରୁ ଜିଲ୍ଲପାଳ କଟକ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇଣ୍ଡିଆ ବ୍ଲକ ର ଡାକରା ରେ ୨ଅକଟୋବର ରୁ ୬ଅକଟୋବର ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ଏବଂ ଯନ୍ତ୍ରମନ୍ତର ଓ଼ ମୁମ୍ବାଇ ର ଯୁବ ଛାତ୍ର ଙ୍କ ଆନ୍ଦୋଳନ ର ସମର୍ଥନ ରେ ଆୟୋଜିତ ଏହି ବିକ୍ଷୋଭ ରେ ସି. ପି. ଆଇ (ଏମ) ଜିଲ୍ଲା ସମ୍ପାଦକ ବଦ୍ରି ନାରାୟଣ ଦାଶ ସଭାପତିତ୍ୱ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କିଶୋର ଦାସ ମୁଖ୍ୟ ବକ୍ତା ଭାବରେ ବକ୍ତବ୍ୟ ରଖି ଜ୍ଞାନେଶ କୁମାର ଙ୍କ ସମସ୍ତ କଳା କାରନାମା ପର୍ଦାଫାଶ ହୋଇ ସାରିଥିବାରୁ ସେ ପଦବୀ ରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ଦେଶରେ ଆନ୍ଦୋଳନ ର ବହିଁ ବ୍ୟାପକ କରାଯିବ ବୋଲି କହିଥିଲେ। କଟକ ସିଟି କଂଗ୍ରେସ ସଭାପତି ମାନସ ପରିଡା, ବରିଷ୍ଠ ନେତା ରବିନାରାୟଣ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖି ୮ ଅକଟୋବର ଓଡିଶା ବନ୍ଦ କୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଇ. ମନମୋହନ ପତି, କଂଗ୍ରେସ ଯୁବ ନେତା ପ୍ରଶାନ୍ତ ବେହେରା, ପ୍ରତାପ ମହାପାତ୍ର, ବିଷ୍ଣୁ ବେହେରା, ଅଭୟ ସ୍ୱାଇଁ, ସୁରେନ୍ଦ୍ର ସାହୁ, ଡମ୍ବରୁ ଧର ସାହୁ, ପ୍ରମୁଖ ନେତୃତ୍ୱ ନେଇଥିଲେ।