ମୋଦି ସରକାରଙ୍କ ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ନରେନ୍ଦ୍ର ମୋଦି-ଅମିତ ଶାହାଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ବ୍ଲକ ପକ୍ଷରୁ ଭଦ୍ରକରେ ସଭା।
କଟକ ( ଉତ୍କଳ ନ୍ୟୁଜ ) ୧୨-୧୦-୨୬ : ଭୋଟଚୋର ଜ୍ଞାନେଶ କୁମାରଙ୍କୁ ଗିରଫ ଦାବିରେ ଦିଲ୍ଲୀରେ ଚାଲିଥିବା ଐତିହାସିକ ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ଅମାନୁଷିକ ଆକ୍ରମଣ, ବେଆଇନ ଗିରଫଦାରୀ ଓ ମୋଦି ସରକାରଙ୍କ ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ବାମ ଓ ଗଣତାନ୍ତ୍ରିକ ମିଳିତ ମଞ୍ଚ ଓ ଇଣ୍ଡିଆ ବ୍ଲକ ଭଦ୍ରକ ଶାଖା ପକ୍ଷରୁ କଂଗ୍ରେସ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଏଲ( ଲିବରେସନ) ଜିଲ୍ଲା ସଂପାଦକ ସମର ବଳଙ୍କ ମିଳିତ ସଭାପତିତ୍ବରେ ଓ ସିପିଆଇ(ଏମ) ଯୁବନେତା ବିକାଶ ନାଥଙ୍କ ସଂଯୋଜନାରେ ଭଦ୍ରକ ବନ୍ତଛକ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦ ସଭାରେ ଭଦ୍ରକ ଓକିଲ ସଂଘ ପୂର୍ବତନ ସଂପାଦକ ବରିଷ୍ଠ ଅଧିବକ୍ତା ଶଶିଭୂଷଣ ପଣ୍ଡା, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ପାଢୀ, ଗିରିଧାରୀ ନାଥ, ରାଧାନାଥ ଦାସ, ଅଶୋକ ନାୟକ, ମଳୟ ଭୋଇ, ବିଷ୍ଣ ଦାଶ, ଜୟନୂଲ ଆବେଦିନ, ଅଗଣି ଚରଣ ଜେନା, ଶରତ ମହାକୁଡ, ସିପିଆଇ ନେତା ରମେଶ ଜେନା, ବିମ୍ବାଧର ବାରିକ୍, କଂଗ୍ରେସ ନେତା ପୀତବାସ ଧଳ, ସରୋଜ ଦାସ, ପ୍ରଦ୍ୟୁମ୍ନ ଦାସ, ବରିଷ୍ଠ ସିପିଆଇ(ଏମ) ନେତା ଚନ୍ଦ୍ରଶେଖର ନାୟକ, ନିରଞ୍ଜନ ପାଣି, ଚକ୍ରଧର ପାତ୍ର, ଯୁବନେତା ଇଂ. କାହ୍ନୁ କିଶୋର ସାହୁ, କାର୍ତିକ ନାଥ, କଂଗ୍ରେସ ନେତା ରାଜେନ୍ଦ୍ର ପ୍ରସାଦ ଯେନା, ଯୁବନେତା ବିଜୟ ବାରିକ୍, ବିନୋଦ ସାହୁ, ଷ୍ଟାଲିନ ଟିଟନ ଲେଙ୍କା, ଦିଲିପ ନାୟକ, ବିଜୟ ରାଉତ, ମହିଳା ନେତ୍ରୀ ସୁରଜିତା ନାୟକ, ଜୟନ୍ତୀ ବିଶ୍ୱାଳ, ସ୍ୱସ୍ତିକା ପଣ୍ଡା, ଶର୍ମିଷ୍ଠା ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ । ବ୍ରିଟିଶ୍ ପୋଲିସ ପରି ଗଣଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ନବ୍ୟଫାଶୀବାଦୀ ଆକ୍ରମଣ ବନ୍ଦ ନହେଲେ ଭଦ୍ରକ ଜିଲ୍ଲାରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |