ସିନ୍ଦୋଳ ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ।

64

କଟକ ( ଉତ୍କଳ ନ୍ୟୁଜ ). ୫-୧୦-୨୬ : ଭଦ୍ରକ ଜିଲ୍ଲା ଵାସୁଦେଵପୁର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧିନ ସିନ୍ଦୋଳ ପଞ୍ଚାୟତରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାକ୍ତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ପଞ୍ଚାୟତରେ ଦଳକୁ ସୁଦୃଢ କରିବାପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ। ମହିଳା ମାନଙ୍କୁ ସୁସଙ୍ଗଠିତ କରିବା ଦିଗରେ ପ୍ରାଧାନ୍ୟ ଦିଆଯିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ବିଜୟ ଲାଭ କରିବା ପାଇଁ କର୍ମୀମାନେ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ କୀର୍ତ୍ତନ ଚନ୍ଦ୍ର ରାଉତ, ଭାଟପଡ଼ା ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ସଂଗ୍ରାମ ଦାସ,ସିନ୍ଦୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈକୁଣ୍ଠ ନାଥ ପାଣି, ପୂର୍ବତନ ସମିତି ସଭ୍ୟାଙ୍କ ପ୍ରତିନିଧି ଅନିରୁଦ୍ଧ ବାରିକ୍ ଓ ପଞ୍ଚାୟତର ବରିଷ୍ଠ କର୍ମୀ, ଯୁବ, ଛାତ୍ର ଓ ମହିଳାମାନେ ଯୋଗଦେଇ ସମସ୍ତେ ଅନ୍ତରିକତା ସହ ଦଳ ପାଇଁ କାମ କଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀ ବିଜୟ ଲାଭକରି ପୁନର୍ବାର ପଞ୍ଚାୟତ ଦଖଲ କରିପାରିବ ବୋଲି କହିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |