ପ୍ରଦେଶ ସେବା ସଂଗଠନ ପକ୍ଷରୁ ପୀରହାଟରୁ ଚାରିବାଟିଆ ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା।

79

କଟକ ( ଉତ୍କଳ ନ୍ୟୁଜ ) ୦୩-୧୦-୨୬ : ପଦଯାତ୍ରାକୁ ବାଦ୍ ଦେଇ ଗାନ୍ଧି ଜୟନ୍ତୀ ପାଳନ କେବେ ସମ୍ଭବ ହୋଇପାରେ ନାହିଁ। ଏହି ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟସ୍ଥିତ ଅସହାୟର ଆଶାର ବାଡି ପ୍ରଦେଶ ସେବା ସଂଗଠନ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଶୁକ୍ରବାର ପ୍ରାତଃରେ ପୀରହାଟ ମଝିବଜାର ନିକଟରୁ ଏକ ବିଶାଳ ପଦଯାତ୍ରା ବାହାରିଥିଲା । ହାତରେ ତ୍ରିରଙ୍ଗା ଧରି ଭାରତମାତା କି ଜୟ, ମହାତ୍ମାଗାନ୍ଧି କି ଜୟ ନାରା ସହିତ ରାମଧୂନ୍‌ର ତାଳେତାଳେ ସୁଦୂର ୮ କିଲୋମିଟର ରାସ୍ତା ଚାରିବାଟିଆ ଫେରିଘାଟ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ସବୁଠୁ ବଡ କଥା ହେଉଛି ଗାନ୍ଧିପ୍ରେମୀ ଦୁଇ କୁନି ଝିଅ ଦିବ୍ୟାଂଶୀ ଓ ସାଇଲକ୍ଷ୍ମୀ ଉକ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ । ସେଠାରେ ଅବସ୍ଥାପିତ ଗାନ୍ଧି ପ୍ରତିମୂର୍ତ୍ତୀର ଚାରିପାଖକୁ ସଫେଇ କରାଯିବା ପରେ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟର୍ପଣ କରାଯାଇଥିଲା । ପରେ “ରଘୁପତି ରାଘବ ରାଜାରାମ” ସଂଗୀତ ଗାନ୍ କରାଯାଇଥିଲା । ସଂଗଠନର ଉପଦେଷ୍ଟା ସୁରେଶ ମହାକୁଡଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପୀରହାଟକୁ ଗାନ୍ଧୀଙ୍କ ଆଗମନ, ରାତ୍ରୀ ଯାପନ, ରକ୍ତତୀର୍ଥ ଇରମର କାହାଣୀ ସହ ଫେରିଘାଟ ଠାରେ ପ୍ରତିମୂର୍ତ୍ତୀ ସ୍ଥାପନ ସମ୍ବଦ୍ଧରେ ସବିଶେଷ ଆଲୋକପାତ କରିଥିଲେ । ଏହାପରେ ପିଲାମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତ କରାଯାଇଥିଲା । ସଂଗଠନ ପକ୍ଷରୁ ପୂର୍ବ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପୀରହାଟ ମଝି ବଜାରରୁ ଚାରିବାଟିଆ ଫେରିଘାଟ ପର୍ଯ୍ୟନ୍ତ ରାସ୍ତାକୁ ଗାନ୍ଧିମାର୍ଗରେ ନାମିତ କରାଯିବା ସହିତ ଆବଶ୍ୟକୀୟ ରାସ୍ତା ଓ ଫେରିଘାଟରେ ବାସୁଦେବପୁର ଓ ତିହିଡି ବ୍ଲକକୁ ସଂଯୋଗି କରଣ ନିମନ୍ତେ ସେତୁ ନିର୍ମାଣ ଚାଲୁଛି ।

ଏବର ସରକାର ଏହି ୮ କିଲୋମିଟର ରାସ୍ତାକୁ ସମ୍ପୂର୍ଣ୍ଣ ଆଲୋକି କରଣ କରିବା, ସାହାପୁର ଓ ନଳତେଇ ଛକ ନିକଟରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବା, ରାସ୍ତା ପାଶ୍ୱର୍ରେ ଯେକୌଣସି ଛକରେ ଏକ ସୁଲଭ ସୌଚାଳୟ ନିର୍ମଣ କରିବା ସହିତ ଆଗାମି ଯୁବପିଢୀଙ୍କ ପାଇଁ ଗାନ୍ଧିଜୀଙ୍କୁ ସଦା ସର୍ବଦା ମନେ ପକାଇବା ଲାଗି ଚାରିବାଟିଆ ଫେରିଘାଟ ନିକଟରେ ଏକ ପାର୍କ ନିର୍ମାଣ କରିବାକୁ ସଂଗଠନ ଦାବୀ କରାଯାଇଛି । ସଂଗଠନର କାର୍ଯ୍ୟକାରୀ ସଭାପତି କାର୍ଯ୍ୟକାରୀ ସଭାପତି ଭାଗୀରଥି ମହାନ୍ତି, ଉପସଭାପତି ଶୁସାନ୍ତ ଦାସ, ସମ୍ପାଦିକା ସୁଭଦ୍ରା ଭାରତୀ, କୋଷାଦକ୍ଷ ଆର୍ତ୍ତବଲ୍ଲବ ବାରିକ, ମନୋଜ ଦାଶ, ସର୍ବେଶ୍ୱର ବେହେରା, ସବିତା ମହାନ୍ତି, ପୂଜା ରଣା, ସୁନିଲ ରାଉତ, କମଳା କାନ୍ତ ବାରିକ, ରାଜେନ୍ଦ୍ର ବାରିକ, ଧିରେନ୍ଦ୍ର ବାରିକ, ମାନସ ସାହୁ, ସନ୍ୟାସୀ ସାହୁ, ନରେନ୍ଦ୍ର ମହାନ୍ତି, ପ୍ରକାଶ ଦାସ, ଅଝଟ ମହାନ୍ତି, ଗୋଲାକ ସେଠୀ, ତ୍ରିଲୋଚନ ଜେନା, ମିଥୁନ ସେଠି, ମୋନାଲିସା ଜେନା, ଆଶାଲତା ରାଉତ, ଅକ୍ଷୟ ରଣା, ପବିତ୍ର ମୋହନ ବାରିକ ଓ ଉପଦେଷ୍ଟା ଧୃବ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |