ଅବକାରୀ ବିଭାଗର ଚଢ଼ାଉ ୨୮ କି.ଗ୍ରା ୮୦୦ ଗ୍ରାମ ଗଞ୍ଜେଇ ଜବତ ||

121

କଟକ,(ତୁକାଲ ନ୍ୟୁଜ ) ୧୧-୧୧-୨୬ : . କଟକ ଜିଲ୍ଲାରେ ନିଶାଦ୍ରବ୍ୟର ବେଆଇନ କାରବାର ରୋକିବା ଉଦ୍ଦେଶ୍ୟରେ କଟକ ସଦର ଅବକାରୀ ରେଞ୍ଜ ଓ ଆରପିଏଫ୍ ର ମିଳିତ ଉଦ୍ୟମରେ ଗତ ମଙ୍ଗଳବାର ଦିନ ଚଢାଉ କରାଯାଇ ରେଳ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ପଶ୍ଚିମବଙ୍ଗର ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଚଢାଉ ସମୟରେ ୨୮ କି.ଗ୍ରା ୮୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। କଟକ ସଦର ଅବକାରୀ ଇନ୍ସପେକ୍ଟର କମଳ ଲୋଚନ ପାଇକରାୟଙ୍କ ନେତୃତ୍ୱରେ ଏବଂ କଟକ ଡିଏସ୍‌ଇ ଅରୂପା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍, କଟକ ଏବଂ ଅବକାରୀ ଅଧୀକ୍ଷକ, କଟକଙ୍କ ନିର୍ଦ୍ଦେଶକ୍ରମେ କଟକ ସହରରେ ନିଶାମୁକ୍ତ ପାର୍ବଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ସ୍ୱତନ୍ତ୍ର ଅଭିଯାନ ଚାଲୁ ରହିଛି। ଜିଲ୍ଲାରେ ନିଶାଦ୍ରବ୍ୟର ଅବୈଧ ଚାଲାଣ ଓ କାରବାର ରୋକିବା ସହ ନିଶାମୁକ୍ତ ପରିବେଶ ଗଠନ ଦିଗରେ ଅବକାରୀ ବିଭାଗର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।