୧୬ ରେ ପୁଣି ଏକ ଲଘୁଚାପ ଆଗମନ ର ସୂଚନା !

37

କଟକ(ଉତ୍କଳ ନ୍ୟୁଜ) ୪/୧୧/୨୬ : ଗୋଟିଏ ପରେ ଗୋଟିଏ ବାତ୍ୟା | ଅର୍ଣ୍ଣବ ପରେ ପରେ ଆସିଲା ବାତ୍ୟା ମୁରାସୁ , ମୁରାସୁ ର ଯିବା ପରେ ପରେ ବଙ୍ଗୋପସାଗର ରେ ଏକ ବାତ୍ୟା ହେଲା ଭଳି ସଂକେତ ମିଳିଲାଣି | ପାଣିପାଗ ବିଭାଗ ଅନୁଯାୟୀ ୧୬-୧୭ ତାରିଖ ବେଳକୁ ଆଉ ଏକ ଲଘୁଚାପ ଭାରତ ଉପକୂଳ ପାଖକୁ ଆସିପାରେ |ସମ୍ଭବତଃ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ରେ ଘଷି ହୋଇ ବାଂଲାଦେଶ ଆଡକୁ ଢଳି ପାରେ | ମାତ୍ର ଏହା କେବଳ ପ୍ରାକ ଆକଳନ | ଏଥିରେ ଅନେକ କିଛି ପରିବର୍ତ୍ତନ ଘଟିପାରେ | ଯଦି ଏହି ସିଷ୍ଟମ ଓଡିଶା ଉପକୂଳ ପାଖକୁ ଆସେ , ତେବେ ରାଜ୍ୟରେ ପୁଣି ବଡ ବର୍ଷ ର ସମ୍ଭାବନା ରହିଛି | ଉତ୍କଳ ନ୍ୟୁଜ