ପିଏମ୍ ଶ୍ରୀ ଝୁନଝୁନ୍ ବାଲା ବିଦ୍ୟାପୀଠରେ ବିଦ୍ୟାଳୟସ୍ତରିୟ ମକ୍ ପାର୍ଲାମେଣ୍ଟ ଅନୁଷ୍ଠିତ. |

25

କଟକ ( ଉତ୍କଳ ନ୍ୟୁଜ ) ୫-୧୧-୨୬ : ବାରଙ୍ଗ ବ୍ଲକ ଅଧୀନ ପିଏମ୍ ଶ୍ରୀ ଝୁନଝୁନ୍ ୱଲା ବିଦ୍ୟାଳୟରେ ଗୁରୁବାର ଦିନ ମକ ପାର୍ଲାମେଣ୍ଟ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ବିଦ୍ୟାଳୟ ସ୍ତରୀୟ ମକ୍ ପାର୍ଲାମେଣ୍ଟ କରି ଥିଲେ ଯାହାର ବିଷୟବସ୍ତୁ ଥିଲା ସଘନ ସଂଶୋଧନ(ଏସଆର ) ପିଲାମାନେ ବିରୋଧୀ ଦଳ , ଶାସକ ଦଳ ମନ୍ତ୍ରୀ ଏବଂ ବାଚସ୍ପତି ଭୂମିକାରେ ଅଂଶଗ୍ରହଣ କରି ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ତାଙ୍କର ମତ ରଖିଥିଲେ ଏବଂ ବିରୋଧୀ ଦଳର ପ୍ରଶ୍ନ ଗୁଡିକର ମଧ୍ୟ ଶାସକ ଦଳ ଉତ୍ତର ଦେଲେ ଏହି ସବୁ କାର୍ଯ୍ୟକ୍ରମ ଦ୍ଵାରା ପିଲାମାନଙ୍କ ମଧ୍ୟରେ ଆମର ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ଓ ବିଫଳତା ବିଷୟରେ ପିଲାମାନେ ଉପଲବ୍ଧି କରିପାରୁଛନ୍ତି।

ପ୍ରତ୍ୟେକ କାର୍ଯ୍ୟର ଆମ ଗଣତନ୍ତ୍ରର ମୂଲ୍ୟବୋଧ କଣ ହବ ସେ ବିଷୟରେ ସମ୍ପୂର୍ଣ୍ଣ ଅବଗତ ହେବା ପରେ ବିଦ୍ୟାଳୟରୁ ୨ଜଣ ଦକ୍ଷ ଛାତ୍ରଛାତ୍ରୀଙ୍କୁ ଡିଷ୍ଟ୍ରିକ୍ଟ ଲେବଲକୁ ପଠାଯିବ। ସେଠାରେ ମଧ୍ୟ ଅନ୍ୟ ୩୩ଟି ପିଏମସି ସ୍କୁଲରୁ ଆସିଥିବା ସମସ୍ତେ ପିଲାମାନଙ୍କ ସହ ଅଂଶଗ୍ରହଣ କରିବେ। ବାରଙ୍ଗ ରୁ ଉମା ଶଙ୍କର ଭଞ୍ଜ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |