ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଜନସମ୍ପର୍କ କାର୍ଯ୍ୟକ୍ରମରେ ବସ୍ତି ବାସିନ୍ଦା ଙ୍କ ସହ ଯୋଗଦେଲେ ବିଜେପି ନେତା ସନ୍ତୋଷ ମହାନ୍ତି. |
କଟକ ( ଉତ୍କଳ ନ୍ୟୁଜ ). ୩-୧୧-୨୬ : ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଲଗୋଦାମର ବେହେରାସାହି ବସ୍ତି, ତେଲୁଗୁ ବସ୍ତି ଓ ହରିଜନ ବସ୍ତିରେ ବିଜେପି ନେତା ଶ୍ରୀ ସନ୍ତୋଷ ମହାନ୍ତିଙ୍କ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସଂଖ୍ୟାରେ ଯୁବକ ଓ ମହିଳା ଯୋଗଦେଇ ଗଣତନ୍ତ୍ର, ଶାସନ ବ୍ୟବସ୍ଥା ଏବଂ ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ମିଥ୍ୟା ପ୍ରଚାର କରୁଥିବା ନେଇ ଉପସ୍ଥିତ ବକ୍ତାମାନେ ନିଜର ମତ ରଖିଥିଲେ। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ନିକଟରେ ସରକାରୀ ଯୋଜନା ଓ ବିକାଶର ସୁଫଳ ପହଞ୍ଚାଇବା ଦିଗରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।