ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ |

32

କଟକ ( ଉତ୍କଳ ନ୍ୟୁଜ ) ୨୧-୦୯-୨୬ : SIR-୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ଆଜି, ୨୧.୦୯.୨୦୨୬ରେ ପ୍ରକାଶ ପାଇଛି। ଚୂଡ଼ାନ୍ତ ଭୋଟର ତାଲିକାରେ କଟକ ଜିଲ୍ଲାର ମୋଟ ୧୯,୫୨,୬୩୦ ଜଣ ଭୋଟର ଅଛନ୍ତି। ଏଥିରେ ପୁରୁଷ ଭୋଟର ୧୦,୧୧,୮୧୪, ମହିଳା ଭୋଟର ୯,୪୦,୬୫୬ ଏବଂ ତୃତୀୟ ଲିଙ୍ଗର ଭୋଟର ୧୮୦ ଜଣ ଅଛନ୍ତି। କଟକ ଜିଲ୍ଲାର ଲିଙ୍ଗ ଅନୁପାତ ୯୩୦ ରହିଛି। ଚିଠା ଭୋଟର ତାଲିକାରେ ମୋଟ ୧୯,୩୦,୬୧୫ ଜଣ ଭୋଟର ଥିଲେ। ଦାବି ଓ ଆପତ୍ତି ଅବଧିରେ ୨୫,୦୨୦ ଜଣ ଭୋଟରଙ୍କୁ ନୂତନ ଭାବେ ସାମିଲ କରାଯାଇଛି । ୩,୦୦୫ ଜଣଙ୍କ ନାମ ବାଦ ଦିଆଯାଇଛି। ବାଦ ଦିଆଯାଇଥିବା ନାମଗୁଡ଼ିକ ମଧ୍ୟରେ ମୃତ ଓ ଦ୍ୱୈତ/ଡୁପ୍ଲିକେଟ୍ ଭୋଟର ଅନ୍ତର୍ଭୁକ୍ତ। ଦାବି ଓ ଆପତ୍ତି ଅବଧିରେ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ଯଥାକ୍ରମେ ୨୨,୩୭୨, ୫,୯୮୯ ଓ ୧୦,୫୬୪ଟି ଆବେଦନ ଗ୍ରହଣ କରାଯାଇଥିଲା। ଏଥିରୁ ଯଥାକ୍ରମେ ୧,୬୪୦, ୨,୮୩୮ ଓ ୧,୪୩୪ଟି ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ କୌଣସି ନିଷ୍ପତ୍ତି ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅପିଲ୍ କରିବାର ବ୍ୟବସ୍ଥା ରହିଛି। ଏହା Representation of the People Act, 1950ର ଧାରା ୨୪(କ) ଅନୁଯାୟୀ ହୋଇଥାଏ। ସେହିପରି, ଜିଲ୍ଲାପାଳଙ୍କ ନିଷ୍ପତ୍ତି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଓଡ଼ିଶାଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିବାର ବ୍ୟବସ୍ଥା ରହିଛି। ଏହା ଧାରା ୨୪(ଖ) ଅନୁଯାୟୀ ହୋଇଥାଏ।