କଟକ (ଉତ୍କଳ ନ୍ୟୁଜ) ୨୧-୦୯-୨୬ : ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ର ୩୫ ତମ ପ୍ରତିଷ୍ଠା ଦିବସ ପାଳନ। ଯାଜପୁର ଜିଲ୍ଲାର ଅଧିବକ୍ତା ଶାଖା ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପ୍ରଫେସନାଲ ଷ୍ଟଡିଜ, ରଗଡି, ଯାଜପୁର ଦ୍ୱାରା ମିଳିତ ଆୟୋଜନରେ ୨୦ ସେପ୍ଟେମ୍ବର ୨୦୨୬ ରବିବାର ଦିନ ପାଳିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଜିଲ୍ଲା ଅଧିବକ୍ତା ପରିଷଦର ସଭାପତି ସୁରେଶ ଚନ୍ଦ୍ର ପଣ୍ଡା, ସମ୍ପାଦକ ଜିତୁଗଡ଼ ନାୟକ ଙ୍କ ଦ୍ୱାରା ସମ୍ପାଦକୀୟ ବିବରଣୀ ପାଠ ପରେ ଅତିଥି ମାନଙ୍କ ବକ୍ତବ୍ୟ ରଖିଥିଲେ, ମୁଖ୍ୟ ବକ୍ତା ଅଧିବକ୍ତା ସଂଗଠନ ବିଭାଗ ପ୍ରମୁଖ ସଞ୍ଜୟ କୁମାର ପତ୍ରୀ ସଂଗଠନର ଶୈଳୀ ଓ କାର୍ଯ୍ୟଧାରା ବିଷୟରେ ଆଲୋକପାତ କରିଥିଲେ, ମୁଖ୍ୟ ଅତିଥି ରାଜ୍ୟ ସଂଗଠନ ସଭାପତି ଶ୍ରୀ ଅଜିତ କୁମାର ପଟ୍ଟନାୟକ ସଂଗଠନର ମୁଖ୍ୟ ଆଭିମୁଖ୍ୟ କିପରି ଅଧିବକ୍ତାମାନଙ୍କୁ ଚରିତ୍ରବାନ କରି ଜିରୋ ରୁ ହିରୋ ହେବା ଓ ଅଧୁନା ପରିସ୍ଥିତ୍ତି ରେ ଦେଶରେ ନକାରାତ୍ମକ ବିଚାର, "ଜେନ ଜି" ନକହି ଦେଶର "ଯୁବାଶକ୍ତି " ବୋଲି ଉଚ୍ଚାରଣ କରିବାକୁ ଆହ୍ୱାନ ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ରାଜ୍ୟ ଉପସଭାପତି ଭଉଣୀ ସଂଘମିତ୍ରା ରାଜଗୁରୁ ମହିଳା ଅଧିବକ୍ତା ମାନଙ୍କୁ ଆଗକୁ ଆସି ସମାଜରେ ପ୍ରମୁଖ ଭୂମିକା ଗ୍ରହଣ କରି ସଂଗଠନ ବିସ୍ତାର ଦ୍ୱାରା ସମାଜ ର ଅନ୍ତିମ ସ୍ତରରେ ଥିବା ବ୍ୟକ୍ତିକୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ତାହା ଉପସ୍ଥାପନ କରିଥିଲେ। ପରିଶେଷରେ ସରକାରୀ ଅଧିବକ୍ତା ଜିଲ୍ଲା ପ୍ରମୁଖ ଶ୍ରୀ ଚନ୍ଦ୍ରଶେଖର ପଣ୍ଡା ସଂଗଠନ ବିଚାର ଦ୍ୱାରା ନିଜର ଭାବାବେଗ ଓ ଭବିଷ୍ୟତ ବିଧିବ୍ୟବସ୍ଥା କିପରି ଯୋଡିହୋଇ ଆଗକୁ ଯିବାକୁ ଅନୁପ୍ରାଣିତ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କୁ ସମ୍ମାନିତ କରିବା ସହିତ ଉପସ୍ଥିତ ଅଧିବକ୍ତା ରାଜ୍ୟ ସଂଗଠନ ସମ୍ପାଦକ ସତ୍ୟଜିତ ଶତପଥି, ଜୋନ ଆୟାମ ପ୍ରମୁଖ ଶ୍ରୀ ଗୋବର୍ଦ୍ଧନ ସାହୁ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହବିଭାଗ କାର୍ଯ୍ୟବାହ ଶ୍ରୀ ବରୁଣ ବନଛୋର, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ଶ୍ରୀ ରାଜକିଶୋର ମଲ୍ଲିକ ତଥା ଅନୁଷ୍ଠାନ ର ପ୍ରତିଷ୍ଠାତା ଚେୟାରମ୍ୟାନ ଶ୍ରୀ ପରମେଶ୍ୱର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।

ଶେଷରେ ଜିଲ୍ଲା ସଂଗଠନ ର ନୂତନ ଟୋଲୀ ଘୋଷଣା ରାଜ୍ୟ ସଭାପତିଙ୍କ ଦ୍ୱାରା ଘୋଷଣା କରାଗଲା ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି-ସୁରେଶ ଚନ୍ଦ୍ର ପଣ୍ଡା , ଉପସଭାପତି ଶତୃଞ୍ଜୟ ଜଗଦେବ ଗଡ଼ନାୟକ, ଜ୍ଞାନେଶ କୁମାର ମହାନ୍ତି ସୋନମ ପ୍ରିୟଦର୍ଶିନୀ ସାମଲ, ସାଧାରଣ ସମ୍ପାଦକ ତପନ କୁମାର ପଣ୍ଡା, ସମ୍ପାଦକ ମନୋରଞ୍ଜନ ପତି, ହଳଧର ଦାସ, ବେବିନା ଓଝା, ଅଧ୍ୟୟନ କେନ୍ଦ୍ର ପ୍ରମୁଖ ପରମେଶ୍ୱର ସାହୁ, ଅନନ୍ତ ଚନ୍ଦ୍ର କର, ଦିବ୍ୟପ୍ରକାଶ ସାମଲ, ପରାମର୍ଶ ଦାତା କମିଟି ନଳିନୀକାନ୍ତ ମିଶ୍ର , ଧ୍ରୁବ ଚରଣ ବେହେରା, ପ୍ରମୁଖ ଉପସ୍ଥିତ ରହିଥିଲେ | .