କଟକ ( ଉତ୍କଳ ନ୍ୟୁଜ ). ୨-୧୦-୨୬ : ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସତ୍ୟ, ଅହିଂସା, ଶାନ୍ତି, ସଦ୍ଭାବ ଓ ଜନସେବାର ମହାନ ବାର୍ତ୍ତାକୁ ସ୍ମରଣ କରି ବାରବାଟୀ–କଟକ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ‘ଜନସମ୍ପର୍କ ପଦଯାତ୍ରା’ ଆୟୋଜିତ ହୋଇଯାଇଛି। ଓଡ଼ିଶା ବିଜୁ ଜନତା ଦଳର ରାଜ୍ୟ କୋଷାଧ୍ୟକ୍ଷ ତଥା ବାରବାଟୀ–କଟକ ନେତା ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ଦଳର ବହୁ ନେତା, କାର୍ଯ୍ୟକର୍ତ୍ତା ଓ ସମର୍ଥକ ଉତ୍ସାହର ସହ ସାମିଲ ହୋଇଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ଏହି ପଦଯାତ୍ରା ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା, ଆଦର୍ଶ ଓ ଜନସେବାର ମୂଲ୍ୟବୋଧକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସାଧାରଣ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଜି ସକାଳ ପ୍ରାୟ ୯ଟା ସମୟରେ ବକ୍ସି ବଜାର ,କଟକ ,ସମାଜ ଅଫିସ୍ କାର୍ଯ୍ୟାଳୟ ସମ୍ମୁଖରୁ ଏହି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା। ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଏବଂ କର୍ମୀ ମାନେ ପଦଯାତ୍ରାରେ ଆଗେଇ ଚାଲିଥିଲେ। ହାତରେ ଦଳୀୟ ପତାକା ଧରି ପ୍ରାୟ ୧୦୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଓ ସମର୍ଥକ ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରା ସମୟରେ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ସହ ଶାନ୍ତି, ସଦ୍ଭାବ, ଭାଇଚାରା ଓ ଜନସେବାର ବାର୍ତ୍ତା ପ୍ରଚାର କରାଯାଇଥିଲା। ଲୋକଙ୍କ ସହ ମିଶିବା, ସେମାନଙ୍କ ସହ ଆଲୋଚନା କରିବା ଓ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସମାଜ ଅଫିସ୍ ସମ୍ମୁଖରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଗକୁ ବଢ଼ି ସହିଦ ଭବନ ପରିସରରେ ପହଞ୍ଚିଥିଲା। ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ନେତା ଓ କାର୍ଯ୍ୟକର୍ତ୍ତାମାନେ ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶକୁ ସ୍ମରଣ କରିଥିଲେ। ସତ୍ୟ ଓ ଅହିଂସା ମାଧ୍ୟମରେ ସମାଜରେ ଶାନ୍ତି ଓ ସଦ୍ଭାବ ପ୍ରତିଷ୍ଠା କରିବା, ଦୁର୍ବଳ ଓ ଅସହାୟଙ୍କ ପାଇଁ କାମ କରିବା ଏବଂ ଜନସେବାକୁ ଜୀବନର ଏକ ପ୍ରମୁଖ ଲକ୍ଷ୍ୟ ଭାବେ ଗ୍ରହଣ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ଏହି ଜନସମ୍ପର୍କ ପଦଯାତ୍ରାର ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ ଥିଲା ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା। ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା, ଆବଶ୍ୟକତା ଓ ମତାମତ ଶୁଣିବା ସହ ସାଧାରଣ ଲୋକଙ୍କ ସହ ନିରନ୍ତର ଯୋଗାଯୋଗ ରଖିବାର ବାର୍ତ୍ତା ଏହି ପଦଯାତ୍ରା ମାଧ୍ୟମରେ ଦିଆଯାଇଥିଲା। ସମାଜରେ ଜାତି, ଧର୍ମ, ଭାଷା ଓ ବର୍ଗ ନିର୍ବିଶେଷରେ ଭାଇଚାରା ଓ ସହଯୋଗର ଭାବନାକୁ ମଜବୁତ କରିବା ସହ ଶାନ୍ତିପୂର୍ଣ୍ଣ ଓ ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ୱାନ ଦିଆଯାଇଥିଲା। ବିଜୁ ଜନତା ଦଳ ର ରାଜ୍ୟ କୋଷାଧକ୍ଷ ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନସମ୍ପର୍କ ପଦଯାତ୍ରାରେ ବାରବାଟୀ–କଟକ ନିର୍ବାଚନୀମଣ୍ଡଳୀ ରୁ ମହିଳା କମିଶନର ତଥା ବିଜୁ ଜନତା ଦଳ ର ମହିଳା ଉପସଭାପତି ମିନତୀ ବେହେରା ଅତିଥି ରୂପେ ତଥା ଜିଲ୍ଲା (ସହର ) ସଭାପତି ଶ୍ରୀ ସ୍ୱଦେଶ ଦାସ ,ଅଇନିଜୀବି ଶଶିଭୂଷଣ ଦାସ , ଭାରତୀ ଦାସ ,ରାଜ୍ୟ କାର୍ଯ୍ୟକାରଣି ସଦସ୍ୟ ଶ୍ରୀ ପ୍ରକାଶ ସିଂହ,,ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ଅର୍ଧେନ୍ଧୁ ଶେଖର ମାଝୀ, , ରାଜ୍ୟ ସାଧରଣ ସମ୍ପାଦକ ମହମଦ ସକିଲସଂଖ୍ୟାଲଘୁ କମିଟି ସଭାପତି ଶ୍ରୀ ମୋକିମ ଖାନ, ପୂର୍ବତନ ମେୟର ଅନିତା ବେହେରା, ଅଂଶୁ ତ୍ରିପାଠୀ,,ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ଏ.ଶ୍ରୀଦେବୀ ,,ସ୍ମିତା ମୂଳିଆ ,ସଂଗୀତ ଦାସ, ଜିଲ୍ଲା ଯୁବ ସଭାପତି ଶ୍ରୀ ସୌମ୍ୟ ଦର୍ଶନ ବେହେରା, ଜିଲ୍ଲା ଛାତ୍ର ସଭାପତି ଶ୍ରୀ ଶିବ ଶଙ୍କର ସିଂ , ଆଇନିଜୀବି ବିନୋଦ ପଣ୍ଡା ଜିଲ୍ଲା କାର୍ଯ୍ୟକାରି ସଭାପତି ଶ୍ରୀ ଜନ ଆଶିଷ ବରାଳ, ନନ୍ଦଲାଲ ଶର୍ମା,କର୍ପୋରେଟର ପ୍ରଦୀପ କୁମାର ରାଉତ, ପ୍ରଦୀପ କୁମାର ସାହୁ ,ବସନ୍ତ କୁମାର ବେହେରା , ଅକ୍ଷୟ ମହାନ୍ତି ,ମହମଦ ଇଫତିକାର ଆଲାମ, ଚନ୍ଦନ ଜେନା , ରବିନାରାୟଣ ସାହୁ , ପୁଷ୍ପିତା ମହାନ୍ତି , ଦିପ୍ତିମୟୀ ମୂଳିଆ, ଇତିଶ୍ରୀ ଦାସ , ବନଲତା ପ୍ରଧାନ, ନାମିତା ବାରିକ, ମୋନାଲିଶା ଦାସ, ଆରତୀ ସାହୁ , ଦୀପାଞ୍ଜଳି ସିଂ , ପ୍ରିୟମ୍ବଦା ମହାନ୍ତି, ଲକ୍ଷ୍ମୀ ପ୍ରିୟା ବେହେରା ,ପ୍ରେମନସୁ ଭୂଷଣ ବେହେରା କୂରେଷା ନୁର, ଅରୁନ୍ଧତୀ କର, କେ.ଜେଡ . ଆଫ୍ରିନ, ବିଜେଡି ୱାର୍ଡ ସଭାପତି ବିଶ୍ୱନାଥ ଧୀର , ସୁଦାମ କୁମାର ପରିଡା , ପ୍ରତାପ କୁମାର ସାହୁ , ସୌମେନ୍ଦ୍ର ସାହୁ ,କାଳିଚରଣ ପାଣିଗ୍ରାହୀ ,ସେକ ରିୟାଜ଼ ଉଲହା,ପ୍ରଭାତ କୁମାର ଦାସ, ବୀରେନ୍ଦ୍ର ବେହେରା, ଦୁର୍ଗା ଚରଣ ସାହୁ ,ସତ୍ୟବ୍ରତ ରଣା, ପରେଶନାଥ ଦାସ , ବିଶ୍ୱନାଥ ମହାରଣା, ବିଜେଡି ନେତୃମଣ୍ଡଳୀ ଦେବେନ୍ଦ୍ର ପାଣିଗ୍ରାହୀ ଲାଲ ପ୍ରତାପ ରାୟ,, ସୁଶୃତ ମହାନ୍ତି ,ସୁବାସିସ ପଣ୍ଡା,ଜନଶନ ମହାପାତ୍ର, ଅଶୋକ କୁମାର ସିଂ, ସରୋଜ ରଞ୍ଜନ କର ,ପ୍ରଶାନ୍ତ ନାୟକ ,ନିମାଇଁ ବିଶ୍ୱାଳ , ଶରତ ସ୍ୱାଇଁ, ସଞ୍ଜୟ କୁମାର ଦାସ , ଦେବାଶିଷ ପ୍ରଧାନ , ବିକାଶ ଯୋଶୀ, ସୌମ୍ୟ ରଞ୍ଜନ ସାହୁ ,ସେକ ଅଵିଦ, ସୟଦ ଶେଖାୱତ୍ ଅଲି, ସକିଲ ଏକତାର, ସଜାଦ ହୁସେନ, ଷ୍ଟେଫେନ ବେହେରା, ଆଜ଼ିଜ଼ ଖାନ ,ମିହିର କୁମାର ସାହୁ ,ସୟଦ ଇମରାନ, କେ.ନିଖିଳ କୁମାର, ବିଜୁ ଜନତା ଦଳର ବହୁ ନେତା, ବିଭିନ୍ନ ସ୍ତରର କାର୍ଯ୍ୟକର୍ତ୍ତା, ଯୁବ ଓ ଛାତ୍ର କାର୍ଯ୍ୟକର୍ତ୍ତା, ମହିଳା କାର୍ଯ୍ୟକର୍ତ୍ତା ଏବଂ ଦଳୀୟ ସମର୍ଥକମà¬