ବଡ ଓଷା ପାଇଁ କଟକଣା |

41

କଟକ (ଉତ୍କଳ ନ୍ୟୁଜ) ୪/୧୧/୨୬ : ବଡମ୍ବା ର ପ୍ରସିଦ୍ଧ ପୀଠ ବାବା ସିଂହନାଥ ଙ୍କ ମନ୍ଦିର ରେ ପଂଚକ ଓ ବଡ଼ଓଷା ଉତ୍ସବ ଅବସରରେ ଶ୍ରଦ୍ଧାଳୁ ଙ୍କ ସୁରକ୍ଷା ତଥା ଭିଡ ନିୟନ୍ତ୍ରଣ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଟି-ବ୍ରିଜ ଉପରେ ଯାତାୟତ କଟକଣା ଜାରି କରାଯାଇଛି | ପ୍ରଶାସନ ନିର୍ଦେଶ ଅନୁଯାୟୀ , ଆସନ୍ତା ୧୯ ତାରିଖ ମଧ୍ୟରାତ୍ରି ରୁ ୨୪ ମଧ୍ୟରାତ୍ରି , ପର୍ଯ୍ୟନ୍ତ ଟି-ବ୍ରିଜ କୁ "ନୋ ଭେହିକିଲ ଜୋନ" ଘୋଷଣା କରାଯାଇଛି | ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ ଅଧକ୍ଷ ଦତ୍ତତ୍ରାୟା ଭାଉସାହେବ ଶିନ୍ଦେ ଙ୍କ ନିର୍ଦ୍ଦେଶ ଅନୁଯାୟୀ , ବଡମ୍ବା ଦକ୍ଷିଣ ପାର୍ଶ୍ୱ ରୁ ବୈଦେଶ୍ଵର ର ପାର୍ଶ୍ୱ କୁ ସଂଯୋଗ କରୁଥିବା ସମସ୍ତ ଟି-ବ୍ରିଜ ରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ | ସେହି ପରି ବଡମ୍ବା-ନରସିଂହପୁର ରାସ୍ତା ର ଗୋପୀନାଥପୁର ଏବଂ ବାଙ୍କୀ-ବୈଦେଶ୍ଵର ରାସ୍ତା ର ବୈଦେଶ୍ଵର ଛକ ଠାରେ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି | ତେବେ ଜରୁରୀ କାଳୀନ ସେବା ରେ ନିୟୋଜିତ ଯାନବାହାନ ଏବଂ ଆମ୍ବୁଲାନ୍ସ ଏହି କଟକଣା ରୁ ବାଦ ଦିଆଯାଇଛି | ବଡ଼ଓଷା ଓ ପଞ୍ଚକ ଅବସରରେ ରାଜ୍ୟ ର ବିଭିନ୍ନ ଅଞ୍ଚଳର ରୁ ବହୁ ସଂଖ୍ୟା ରେ ଭକ୍ତ ବାବା ସିଂହନାଥ ଙ୍କ ଦର୍ଶନ ପାଇଁ ଆସୁଥିବାରୁ ସମ୍ଭାବ୍ୟ ଦୁର୍ଘଟଣା କୁ ଏଡ଼ାଇବା , ଟ୍ରାଫିକ ବ୍ୟବସ୍ତା ର ସୂଚାରୁ ପରିଚାଳନା ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ରେ ପ୍ରଶାସନ ପକ୍ଷ ରୁ ଏହି ପଦକ୍ଷେପ ନିଆଯାଇଛି | ତେଣୁ ଏହି ସମୟ ମଧ୍ୟରେ ଯାତାୟତ କରୁଥିବା ଜନସାଧାରଣ ପ୍ରଶାସନ ର ନିୟମାବଳୀ ପାଳନ କରିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି | ଉତ୍କଳ ନ୍ୟୁଜ