ଚୌଦ୍ୱାର , ହାଉସିଙ୍ଗ ବୋର୍ଡ କଲୋନୀରେ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ।

128

ଚୌଦ୍ୱାର (ଉତ୍କଳ ନ୍ୟୁଜ ) ୦୨-୧୦-୨୦୨୬: ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ହୋଉସିଂ ବୋର୍ଡ କଲେ ଲାନୀ ( ଫେଜ୍-୨)ରେ ଏକ ପାନୀୟଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି| ସ୍ଥାନୀୟ ବରିଷ୍ଠ ନାଗରିକ କ୍ଲବ୍ ଓ ବିରାଟ କ୍ଲବ୍ ସମ୍ମୁଖ ପାର୍କ ପଡିଆରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଏହି ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ କଟକ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ I ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ୫କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥ‌ିବା ୨୫ ମିଟର ଉଚ୍ଚତା ବିଶିଷ୍ଟ ଓ ୧୦ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଏହି ଜଳଯୋଗାଣ ଓଭରହେଡ ଟାଙ୍କି ଅଞ୍ଚଳରେ ପାନୀୟଜଳ ଯେଗାଣ କୁ ସହଜ କରିବ ।

କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ , ସାଂସଦଙ୍କ ପ୍ରତିନଧି ପ୍ରଶାନ୍ତ ବିଶ୍ୱାଳ, ୧୩ ନମ୍ବର ୱାର୍ଡ ପାରିଷଦ ସୁଜାତା ସାହୁ ,୧୦ନଂ ୱାର୍ଡ ସଭାପତି ଲିପନ ଚୌଧୁରୀ , ପ୍ରତାପ ବିଶ୍ୱାଳ ,ସାରଦା ପ୍ରସାଦ ଦାସ, କମଳ ସ୍ୱାଇଁ ,ପୂର୍ବତନ ମଣ୍ଡଳ ସଭାପତି ଅକ୍ଷୟ ଭୂୟାଁ ଓ କ୍ଲବ ସଭାପତି ରାଜୀବ ମହାନ୍ତି ,ସ୍ଥାନୀୟ ଅଞ୍ଚଳର ବହୁ ଅଞ୍ଚାଲବସି ,ଚୌଦ୍ୱାର ଜନସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରିମାନେ ଉପସ୍ଥିତ ରହିଥିଲେ ।ଘରେ ଘରେ ସ୍ୱଚ୍ଛ ପାଣି ,ପାଣିର ସମସ୍ୟା ଦୂର ହେବାକୁ ଯାଉଥିବା ବେଳେ ମାନ୍ୟବର ସାଂସଦ ଙ୍କୁ ଧନ୍ୟବାଦ ଜଣାଇଥିଲେ ଅଞ୍ଚଳ ବାସି ।