କଟକ ( ଉତ୍କଳ ନ୍ୟୁଜ ). ୫-୧୦-୨୬ : ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ତିହିଡି -ସୟା-ମାଟିଆସାହି ରାସ୍ତା ଶୋଚନୀୟ ହୋଇପଡିଛି। ବିଶେଷକରି ସୟା ନାଟିଆପାଳ ଛକ ଠାରୁ ମାଟିଆସାହି ପର୍ଯ୍ୟନ୍ତ ରାସ୍ତା ବିପଦ ସଂକୁଳ ହୋଇପଡ଼ିଛି।ଏହି ରାସ୍ତାଟି ତିହିଡି ବ୍ଲକ ଓ ବାସୁଦେବପୁର ବ୍ଲକ ମଧ୍ୟରେ ସଂଯୋଗ କରିଛି। ଯେଉଁଥିପାଇଁ ଏହି ରାସ୍ତାଦେଇ ପ୍ରତିଦିନ ହଜାର ହଜାର ଲୋକ ଚାରିଚକିଆ ଓ ଦୁଇ ଚକିଆ ଜାନ ନେଇ ଯାତାୟତ କରିଥାନ୍ତି। ପ୍ରତିଦିନ ବାହାବଳପୁର ପଞ୍ଚାୟତର ଶତାଧିକ ଲୋକ ତିହିଡି ସଦର ମହକୁମାକୁ ଯାଇଥାନ୍ତି। ଏହିରାସ୍ତାରେ "ମୋ ବସ" ଓ ଅଟୋରେ ଲୋକମାନେ ଯାତାୟତ କରିଥାନ୍ତି।ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବାରୁ ସେଗୁଡିକ ଚଳାଚଳ କରିବାରେ ବାଧାସୃଷ୍ଟି ହୋଇଛି। ମୋ ବସ ଯାତାୟତ ବେଳେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି।ଯାହାଫଳରେ ଲୋକମାନେ ଭୟଭୀତ ହୋଇ ବସରେ ଯାତାୟତ କରିନପାରି ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଲୋକମାନେ ବାଇକ ନେଇ ଯିବାବେଳେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ରାସ୍ତା ମରାମତି କରାନଗଲେ ଆଗାମୀ ଦିନରେ ଆହୁରି ବଡ଼ ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।ତେବେ ଯଥାଶୀଘ୍ର ରାସ୍ତା ମରାମତି କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନାଏବ ସରପଞ୍ଚ ମାଧବ ଚନ୍ଦ୍ର ପରିଡା, ୱାର୍ଡ ସଭ୍ୟ ମାଧବ କବି, ଖଗେଶ୍ୱର ମଳିକ, ବାଇଧର ପୃଷ୍ଟି, ମୁକ୍ତିକାନ୍ତ ନାୟକ, ଦୟାନିଧି ମହାଳିକ, ପିତାମ୍ବର କବି, ବିଶ୍ୱନାଥ ପୃଷ୍ଟି, ଜୀବନ ମଲ୍ଲିକ, ଅନନ୍ତ ମଲିକ, ଗୌରହରି ନାୟକ,ବସନ୍ତ ମାଝୀ, ସୁରେନ୍ଦ୍ର ମାଝୀ, ରତିକାନ୍ତ ପରିଡା,ବଳରାମ କବି ଓ ସୁରେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଗଣେଷ ଚନ୍ଦ୍ର ହେମ୍ବ୍ରମଙ୍କୁ ପଚାରିବାରୁ ଲଗାଣ ବର୍ଷା ଓ ବନ୍ୟାରେ ବହୁ ରାସ୍ତା ଖରାପ ହୋଇଛି ଏବଂ ରାସ୍ତା ମରାମତି ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |