କଟକ ( ଉତ୍କଳ ନ୍ୟୁଜ ) ୯-୧୧-୨୬ : ଭଦ୍ରକ ଜିଲ୍ଲା ତିହିଡି ବଜାରରେ ପ୍ରସ୍ତାବିତ ମଦ ବାର୍କୁ ବିରୋଧ କରି ତିହିଡି ବ୍ଲକର ସମାଜସେବୀ ମିଳିତ ମଂଚ ପକ୍ଷରୁ ଏକ ସମ୍ବାଦଦାତା ସମ୍ମିଳନୀ ସ୍ଥାନୀୟ ଟାଉନ୍ ହଲ୍ ସମ୍ମୁଖରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତାବିତ ମଦ ବାର୍ ସହିତ ବଜାରରେ ଥିବା ଦେଶି ଓ ବିଦେଶି ମଦ ଦୋକାନ ବନ୍ଦ କରି ତିହିଡିକୁ ଏକ ମଦମୁକ୍ତ ସହର ଭାବେ ଗଢି ତୋଳିବାର ଲକ୍ଷ୍ୟ ରଖ।। ଯାଇଥିବା କୁହାଯାଇଛି । ନୂତନ ମଦ ବାର୍ ବ୍ୟତିତ ଏହି ସହରରେ ଆହୁରି ୩ଟି ମଦ ବାର୍ ଖୋଲିବା ନେଇ ପ୍ରଶାସନ ଆଗଭର ହେଉଛି ବୋଲି ସେମାନେ ସୂଚନା ପାଇଛନ୍ତି ଯାହାକୁ ଆଗାମି ଦିନରେ ବିରୋଧ କରାଯିବ ବୋଲି ମତପ୍ରକାଶ ପାଇଛି । ସେହିପରି ଏନଏସି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଏପରି ଗୋଟିଏ ପରେ ଗୋଟିଏ ମଦ ବାର୍ ଖୋଲିବା କେତେଦୂର ସମ୍ମିଚୀନ ବୋଲି ସରକାରଙ୍କ ପ୍ରଶ୍ନ କରାଯାଇଛି । ଜୀବନଜ୍ୟୋତି ସେବା ସଂଗଠନର ଆବାହକ କ୍ଷମାମୟ ପାଣ୍ଡବଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ବରିଷ୍ଠ ନାଗରିକ ଶିକ୍ଷାବିତ୍ ସୋମନାଥ ପାଢୀ, ପ୍ରାକ୍ତନ ଅଧ୍ୟାପକ୍ଷ ଚନ୍ଦ୍ରକାନ୍ତ ମହାନ୍ତି, ବୁଦ୍ଧିଜୀବି ପି.ହୃଷିକେଶ ଓ ଅମୁଲ୍ୟ ସେନାପତି, ଜୀବନଜ୍ୟୋତି ସେବା ସଂଗଠନର ସଭାପତି ଦୀପକ ସ୍ୱାଇଁ, ତିହିଡି ଯୁବମଂଚର ସାଂସ୍କୃତିକ ସଂଯୋଜକ ମନୋଜ ପାଣିଗ୍ରାହୀ, ଉପସଭାପତି ପ୍ରିୟବ୍ରତ ପାଢୀ, ଗୋପବନ୍ଧୁ ସେବକ ସେନାର ସଭାପତି ରାଜୀବ ନାୟକ, ସଦସ୍ୟା ଅନୀତା କର, ଗୋପବନ୍ଧୁ ସେବା ସଂଘର ସହସମ୍ପାଦକ ନିର୍ମଳ ଦଳେଇ, ଇଣ୍ଡିଆନ୍ ୱରିଅରସ୍ର ସମ୍ପାଦକ ସତ୍ୟନାରାୟଣ ସାବତ, ଅଗ୍ରଣୀ ଆଲୋକର ସଭାପତି ଅନିଲ କୁମାର ନାୟକ, ସାହାଡାଶୁଣି ସେବା ଟ୍ରଷ୍ଟର ସଭାପତି ଉମାକାନ୍ତ ସାହୁ, ଉତ୍କଳମଣି ସେବା ସଂଘର ଉପଦେଷ୍ଟା ନାରାୟଣ ଜେନା, ରାମନବମୀ ସମିତିର ସମ୍ପାଦକ ଯଜାତି କେଶରୀ ଦାସ ଓ ସମାଜସେବୀ ଗଣେଶ ପ୍ରସାଦ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ହୋଇ ମଦ ବାର୍ ଖୋଲିବା ପ୍ରସଙ୍ଗରେ ଅବକାରୀ ବିଭାଗ ଓ ପ୍ରଶାସନିକ ଉଦ୍ୟମକୁ ତିବ୍ର ନିନ୍ଦା କରିଥିଲେ । ପ୍ରସ୍ତାବିତ ମଦ ବାର୍ ଖୋଲିଲେ ଅଂଚଳର ଶାନ୍ତିଶୃଙ୍ଖଳା ବିପର୍ଯ୍ୟସ୍ଥ ହେବା ସହିତ ସାଧାରଣ ଜନଜୀବନ ବିଶେଷ କରି ମହିଳା, ଛାତ୍ରଛାତ୍ରୀ ଓ ଯୁବସମାଜ ଉପରେ ଏହାର କୁପ୍ରଭାବ ପଡିବ । ସରକାରଙ୍କ ଏପରି ଜନବିରୋଧି ନଷ୍ପତିର ପ୍ରତିବାଦ କରିବା, ସ୍ଥାନୀୟ ଜନସାଧାରଣଙ୍କ ସ୍ୱରକୁ ସରକାର ଓ ପ୍ରଶାସନ ପାଖରେ ପହଞ୍ଚାଇବା ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେବାପାଇଁ ଏପରି ସମ୍ବାଦାତା ସମ୍ମିଳନୀ ଜରୁରୀ ବୋଲି ସୂଚନା ଦେଇଥିଲେ । ବରିଷ୍ଠ ନାଗରିକ, ଯୁବଗୋଷ୍ଠି ଏପରିକି ଜନସାଧାରଣ ଏହି ଜନବିରୋଧି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ମଙ୍ଗରାଜପୁର ଛକ ନିକଟରେ ପ୍ରସ୍ତାବିତ ମଦ ବାର୍ ଖୋଲିବା ଖବର ପାଇ ସାମାଜିକ ସଂଗଠନଗୁଡିକ ପ୍ରସାଶନର ଆପତ୍ତି ଅଭିଯୋଗ ସମୟ ମଧ୍ୟରେ ଅଭିଯୋଗ ଦାଖଲ କରିଛନ୍ତି । ଅବକାରୀ ବିଭାଗର କର୍ମଚାରୀମାନେ ଗାଇଡ୍ ଲାଇନ୍କୁ ଉଲଙ୍ଘନ କରି କାଗଜପତ୍ର ପ୍ରସ୍ତୁତ କରୁଥିବା ଏବଂ ତଦନ୍ତ ସମୟରେ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରୁନଥିବା ଆପତ୍ତି କରିବା ସହିତ ଜିଲ୍ଲା ପ୍ରଶାସନ ସାନି ତଦନ୍ତ କରିବା ଲାଗି ଦାବୀ କରିଛନ୍ତି । ଆଶାଦୀପ୍ ବାରିକ, କୈଳାସ ବେହେରା, ନିରଞ୍ଜନ ବାରିକ, ବିଷ୍ମୟ ବିହାରୀ ସାହୁ, ସେକ୍ ରବୁ ସଲିମ୍ ପ୍ରମୁଖ ପରିଚାଳନା କରିଥିବା ବେଳେ ବହୁ ସାମ୍ବାଦିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |