କଣ୍ଡରଗଡିଆ ଗ୍ରାମର ଦୁଇ ଜଣ ଛାତ୍ରଙ୍କ ନିଟ୍ ପରୀକ୍ଷାରେ ସଫଳତା |

89

କଟକ ( ଉତ୍କଳ ନ୍ୟୁଜ )୨୩-୦୭-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କଣ୍ଡରଗଡିଆ ଗ୍ରାମର ଦୁଇ ଜଣ ଛାତ୍ର ନିଟ୍ ପରୀକ୍ଷାରେ ଅଦ୍ଦଭୁତ୍ପୂର୍ଣ୍ଣ ସଫଳତା ହାସଲ କରିଥିବା ଜଣାଯାଇଛି । ସେମାନଙ୍କର ସଫଳତାକୁ ନେଇ ଗ୍ରାମବାସୀଙ୍କ ସମେତ ଶିକ୍ଷକ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସୂଚନା ମୁତାବକ, କଣ୍ଡରଗଡ଼ିଆ ଗ୍ରାମରେ ସର୍ବେଶ୍ୱର ବିଶ୍ୱାଳଙ୍କ ପୁଅ ରଞ୍ଜନ ବିଶ୍ୱାଳ ନିଟ୍ ପରୀକ୍ଷାରେ ୭୨୦ରୁ ୫୭୨ ନମ୍ବର ରଖିବା ସହ ଅଲ୍ ଇଣ୍ଡିଆ ର‌୍ୟାଙ୍କ ୨୬୩୯ ହାସଲ କରିଥିବା ବେଳେ ସୁକାନ୍ତ ସେଠୀଙ୍କ ପୁଅ ଆଶିଷ କୁମାର ସେଠୀ ନୀଟ୍ ପରୀକ୍ଷାରେ ୭୨୦ରୁ ୬୫୭ ନମ୍ବର ହାସଲ କରିଛନ୍ତି । ପିତାମାତାଙ୍କ ତ୍ୟାଗ, ଶିକ୍ଷକମାନଙ୍କ ମାର୍ଗଦର୍ଶନ ଏବଂ ସେମାନଙ୍କର ନିରନ୍ତର ପରିଶ୍ରମ ଆଜି ଏପରି ସଫଳତା ଦେଇଥିବା କହିଛନ୍ତି । ନିଟ୍ ପରି ଏକ କଠିନ ଜାତୀୟ ସ୍ତରର ପରୀକ୍ଷାରେ ସଫଳତା ପାଇବା ପାଇଁ ସେମାନେ ନିୟମିତ ଅଧ୍ୟୟନ ଓ ସମୟର ସଠିକ୍ ପରିଚାଳନାକୁ ଗୁରୁତ୍ୱ ଦେଇଥିବା କହିଛନ୍ତି । ଦୁଇ ମେଧାବୀଙ୍କ ଲକ୍ଷ୍ୟ ହେଉଛି ଭବିଷ୍ୟତରେ ଜଣେ ଦକ୍ଷ ଡାକ୍ତର ହୋଇ ସମାଜର ସେବା କରିବା । ବିଶେଷ କରି ଗ୍ରାମାଞ୍ଚଳର ଗରିବ ଓ ଅସହାୟ ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ସେମାନଙ୍କ ସ୍ୱପ୍ନ ବୋଲି ପ୍ରକାଶ କରିଛନ୍ତି । ସଫଳତା ଖବର ପ୍ରକାଶ ପାଇବା ପରେ ଉଭୟ ଛାତ୍ରଙ୍କ ଘରେ ଶୁଭେଚ୍ଛୁଙ୍କ ଭିଡ଼ ଲାଗି ରହିଛି । ସମାଜସେବୀ ସୁବୋଧ ବଳ ଭେଟି ତାଙ୍କୁ ଫୁଲତୋଡ଼ା ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଭବିଷ୍ୟତ ଉଜ୍ୱଳ କାମନା କରିଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷକମାନେ କହିଛନ୍ତି ଗ୍ରାମ।।ଞ୍ଚଳରୁ ଏଭଳି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବ ଏବଂ ଉଚ୍ଚ ଲକ୍ଷ୍ୟ ନେଇ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ ବୋଲି ମତପ୍ରକାଶ ପାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |