ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ ବିଏନଏମ କଲେଜ |

138

କଟକ ( ଉତ୍କଳ ନ୍ୟୁଜ ) ୭-୧୦-୨୬ : ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଘୋଷଣ ହୋଇଛି । ଏନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । କେମିତି ବିଜୟ ହାସଲ କରିବେ ଏବଂ କେଉଁ ସଂଗଠନରେ ସାମିଲ ହେବେ ତାହା ନିଷ୍ପତି ମଧ୍ୟ ନେଇ ସାରିଛନ୍ତି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ବିଏନଏମ ମହାବିଦ୍ୟାଳୟର ଯୁକ୍ତତିନି ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଭିତରେ ଉତ୍ସାହ ପ୍ରକାଶ ପାଇଛି । ଆଜି ମହାବିଦ୍ୟାଳୟ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ କଲେଜ ପରିସର ଚଳଚଞ୍ଚଳ ଦେଖା ଯାଉଛି । ୨୦୧୭ ମସିହାରୁ ପାଳିଆବିନ୍ଧା ମହାବିଦ୍ୟାଳୟ ହୋଇଯାଇଥିବା ଛାତ୍ର ସଂସଦ ନିର୍ବାଚନରେ ଉଭୟ ସଭାପତି ଓ ସମ୍ପାଦକ ପଦ ବିଜୁ ଛାତ୍ର ଜନତା ପାର୍ôଥ ଦୀପକ କୁମାର ବେହେରା ଓ ସ୍ୱପ୍ନା ରାଣୀ ରାଉତ ବିଜୟୀ ହୋଇଥିଲେ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଥିବା ଯୋଗୁଁ ନିର୍ବାଚନରେ ଭାଗ ନେବା ପାଇଁ ଏନଏସୟୁଆଇ ,ଏବିଭିପି ଓ ଛାତ୍ର ବିଜେଡି ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଛି ।ସମସ୍ତ ସଙ୍ଗଠନ ପକ୍ଷରୁ ସର୍ବ ଗ୍ରହଣୀୟ ପାର୍ôଥ ଚୟନ କରିବା ଲାଗି ଉଦ୍ୟମ ସତ୍ୱେ ପାର୍ôଥ ଭାବେ ନିର୍ବାଚନକୁ ମୈଦାନକୁ ଆସିବା ପାଇଁ ଛାତ୍ରଛାତ୍ରୀମାନେ ସହପାଠୀଙ୍କୁ ମନାଇବେ କିପରି ନିର୍ବାଚନକୁ ସାମ୍ନା କରିବେ ଏବେ ଠାରୁ ପ୍ରସ୍ତୁତ ହେଲେଣି । କିଏ ପିଲାଙ୍କୁ ଭେଟି ସ୍ୱାଗତ କରୁଛି ତ କିଏ ପିଲାଙ୍କ ସମସ୍ୟା ବୁଝି ନିକଟତର ହେଉଛି । ବିଭିନ୍ନ ସଂଗଠନ/ଦଳର ନେତାମାନେ ନିଜ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଆରମ୍ଭ କରି ଦେଇଛନ୍ତି । ମହାବିଦ୍ୟାଳୟର ମୋଟ ୨୧୫୦ ଛାତ୍ର ଛାତ୍ରୀ ଏହି ନିର୍ବାଚନରେ ଅଂଶ ଗ୍ରହଣ କରିବେ ବୋଲି ଜଣାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡାଙ୍କୁ ପଚାରିବାରୁ କହନ୍ତି ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବା ବେଳେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ସରକାରୀ ନିୟମ ଅନୁଯାଇ ଶାନ୍ତି ଶୃଙ୍ଖଳା ସହ ଭୋଟ ପ୍ରକ୍ରିୟା ଶେଷ କରିବାକୁ ସେ କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |