ବିଦ୍ୟୁତ ଠିକା ଶ୍ରମିକଙ୍କ ଛଟେଇ ବନ୍ଦ, ପୁନଃନିଯୁକ୍ତି ଓ ସର୍ବନିମ୍ନ ମଜୁରି ବାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର |
କଟକ ( ଉତ୍କଳ ନ୍ୟୁଜ ) ୯-୧୦-୨୬ : ବିଦ୍ୟୁତ ଠିକା ଶ୍ରମିକଙ୍କ ଛଟେଇ ବନ୍ଦ, ପୁନଃନିଯୁକ୍ତି ଓ ସର୍ବନିମ୍ନ ମଜୁରି ବାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର | ଦାବି ପୂରଣ ନହେଲେ ଅକ୍ଟୋବର ୧୫ରେ ଭୁବନେଶ୍ବରରେ ଗୋଲାପ ଫୁଲ ଧରି ମହା ସମାବେଶ: ଓଡିଶାର ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ହଜାର ହଜାର ଠିକା ଶ୍ରମିକଙ୍କ ଚାକିରି ସୁରକ୍ଷା, ଛଟେଇ ବନ୍ଦ, କାର୍ଯ୍ୟରୁ ବାଦ୍ ପଡିଥିବା କର୍ମଚାରୀଙ୍କ ପୁନଃ ନିଯୁକ୍ତି ଓ ଉଚିତ ମଜୁରି ପ୍ରଦାନ ଦାବିରେ କାର୍ଯ୍ୟାଳୟ ସମ୍ମୁଖ ରେ ହଜାରେ ରୁ ଅଧିକ ବିଦ୍ୟୁତ ଶ୍ରମିକ ଏକାଠି ହୋଇ ଟାଟା ପାୱାର ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ କରି ଆଜି ଓଡିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବିଦ୍ୟୁତ ବିତରଣ ବ୍ୟବସ୍ଥାର ସୁଚାରୁ ପରିଚାଳନା, ବିଦ୍ୟୁତ ତ୍ରୁଟିର ମରାମତି ଓ ଉପଭୋକ୍ତାଙ୍କୁ ନିରନ୍ତର ସେବା ଯୋଗାଇବାରେ ଏହି ଶ୍ରମିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ I

ବର୍ଷା, ବାତ୍ୟା, ପ୍ରବଳ ଗ୍ରୀଷ୍ମ ଓ ରାତିଦିନ ବିଭିନ୍ନ ବିପଦପୂର୍ଣ୍ଣ ପରିସ୍ଥିତିରେ ସେମାନେ ନିଜ ଜୀବନକୁ ବାଜି ଲଗାଇ ବିଦ୍ୟୁତ ସେବା ସ୍ଵାଭାବିକ ରଖୁବା ପାଇଁ କାର୍ଯ୍ୟ କରୁଛନ୍ତି। କିନ୍ତୁ ଟେଣ୍ଡର ଓ ଏଜେନ୍ସି ପରିବର୍ତ୍ତନ ଆଳରେ ଅଭିଜ୍ଞ ଶ୍ରମିକମାନଙ୍କ ଜୀବିକା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବା ଅଭିଯୋଗ ଗମ୍ଭୀର ଚିନ୍ତାର ବିଷୟ ହୋଇଛି। ମିଳିତ ମଞ୍ଚର ପକ୍ଷରୁ କୁହାଯାଇଛି ଯେ, ଗତ ମେ ମାସରେ ଶ୍ରମିକମାନଙ୍କ ଆନ୍ଦୋଳନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମିଳିଥିବା ଆଶ୍ୱାସନା ଉପରେ ଭରସା କରି ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ତେଣୁ ସେହି ଆଶ୍ବାସନାର ବାସ୍ତବ କାର୍ଯ୍ୟକାରିତା ସହିତ ଶ୍ରମିକଙ୍କ ଚାକିରି ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ନୈତିକ ଦାୟିତ୍ବ ବୋଲି ମଞ୍ଚ ଦାବି କରିଛି।ଦାବିପତ୍ରରେ ମୁଖ୍ୟତଃ ନିମ୍ନଲିଖିତ ଦାବି ଉପସ୍ଥାପନ କରାଯାଇଛି:. ବିଦ୍ୟୁତ ଠିକା ଶ୍ରମିକଙ୍କ ଅନ୍ୟାୟ ପୂର୍ଣ ଛଟେଇ ତୁରନ୍ତ ବନ୍ଦ କରାଯାଉ, କାର୍ଯ୍ୟରୁ ବାଦ୍ ପଡିଥିବା ଅଭିଜ୍ଞ ସିସିଏ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ପ୍ରାଥମିକତା