କଟକ (ଉତ୍କଳ ନ୍ୟୁଜ) ୧୦/୧୧/୨୦୨୬: ନଭେମ୍ବର ଆରମ୍ଭରୁ ବଦଳିବାରେ ଲାଗିଛି ପାଗର ମିଜାଜ। ଧୀରେ ଧୀରେ କମୁଛି ତାପମାତ୍ରା, ଆଉ ବଢ଼ୁଛି ଶୀତର ଅନୁଭୂତି। ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ଏବେ ଶୀତର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି। ଉଭୟ ସହରରେ ପାରଦ ୨୦ ଡିଗ୍ରୀ ତଳକୁ ଖସିବା ପରେ ସକାଳ ଓ ରାତିରେ ଥଣ୍ଡା ବଢ଼ିଛି।ପାଣିପାଗର ରେକର୍ଡ ଅନୁଯାୟୀ, କଟକରେ ସର୍ବନିମ୍ନ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଭୁବନେଶ୍ୱରରେ ଏହା ୧୮.୯ ଡିଗ୍ରୀକୁ ଖସିଛି। ତାପମାତ୍ରାରେ ଏହି ହ୍ରାସ ପରେ ରାଜଧାନୀ ଓ ରୌପ୍ୟନଗରୀରେ ଶୀତର ଉପସ୍ଥିତି ଜଣାପଡ଼ିଲାଣି।ବିଶେଷକରି ଭୋର ସମୟରେ ମର୍ଣ୍ଣିଂ ୱାକ୍ରେ ବାହାରୁଥିବା ଲୋକ ଏବଂ ସକାଳୁ କାମକୁ ଯାଉଥିବା ବ୍ୟକ୍ତିମାନେ ଥଣ୍ଡା ଅନୁଭବ କରୁଛନ୍ତି। ସେହିପରି ରାତିରେ ଯାତାୟାତ କରୁଥିବା ଲୋକଙ୍କୁ ମଧ୍ୟ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ନଭେମ୍ବର ମାସ ଆରମ୍ଭରୁ ତାପମାତ୍ରା ଏପରି ହ୍ରାସ ପାଇବା ପରେ ଆଗକୁ ଶୀତର ପ୍ରକୋପ କେତେ ବଢ଼ିବ, ତାହାକୁ ନେଇ ନଜର ରହିଛି। ତେବେ ଟ୍ୱିନ୍ ସିଟିବାସୀଙ୍କ ପାଇଁ ଶୀତଦିନର ଅନୁଭୂତି ଏବେଠାରୁ ଆରମ୍ଭ ହୋଇଗଲାଣି। ଉତ୍କଳ ନ୍ୟୁଜ