କଟକ ( ଉତ୍କଳ ନ୍ୟୁଜ ) ୨୨-୧୦-୨୬ : ରାବଣରୂପୀ ମଣିଷ ମଧ୍ୟରେ ଲୁଚି ରହିଥିବା ରାକ୍ଷସ ପବୃତ୍ତିର ନାଶ ପାଇଁ କଳିଯୁଗରେ ପ୍ରତିବର୍ଷ ଦଶହରାରେ ପାଳିତ ହୋଇ ଆସୁଛି ରାବଣପୋଡି । ରାବଣ ଶକ୍ତିଶାଳୀ ହୋଇବି ମଧ୍ୟ ନାରୀ ପ୍ରତି ମନ୍ଦ ଉଦ୍ଦେଶ୍ୟ ରଖିଥିବା ଯୋଗୁଁ ରାମଚନ୍ଦ୍ରଙ୍କ ବାଣରେ ଧରାଶାୟୀ ହୋଇଥିଲେ । ନାରୀକୁ ସମ୍ମାନ ଦେବା ଆମର ମୌଳିକ କର୍ତ୍ତବ୍ୟ । ସେମାନଙ୍କ ପ୍ରତି ଅସମ୍ମାନ ରାଷ୍ଟ୍ର ପାଇଁ ହିତକାରକ । ସାଂପ୍ରତିକ ସମାଜରେ ମଣିଷର ପାପ ମନରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିନ୍ଧାବଜାର ସାର୍ବଜନିନ ରାବଣପୋଡି କମିଟି ପକ୍ଷରୁ ପ୍ରଥମ ଥର କରି ପାଳିତ ହୋଇ ଯାଇଛି ରାବଣପୋଡି ଉତ୍ସବ । ଉକ୍ତ ଉତ୍ସବକୁ ଦେଖିବା ଲାଗି ଶହସ୍ରାଧିକ ଲୋକଙ୍କ ସମାଗମ ହୋଇଥିଲା । ଶିକ୍ଷାବିତ୍ ବନମାଳି ଦାସଙ୍କ ପୌରହିତ୍ୟରେ ପୀରହାଟ ଥାନା ସମ୍ମୁଖସ୍ଥ ପିଏମଶ୍ରୀ ପିଏସଏସ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଉତ୍ସବରେ ରାବଣପୋଡି ଉତ୍ସବରେ ମୁଖ୍ୟ ଅତିଥିଭାବେ ଚାନ୍ଦବାଲି ଏସଡିପିଓ ପ୍ରଭାସ ଚନ୍ଦ୍ର ସାହୁ, ପୀରହାଟ ଆଇଆଇସି ରୋଜାଲୀନି ବେହେରା ଓ ସମାଜସେବୀ ରଞ୍ଜୁଲତା ଗାହାଣ ପ୍ରମୁଖ ମଞ୍ଚାସୀନ ହୋଇ ଆୟୋଜକ କମିଟିକୁ ଉତ୍ସାହିତ କରିବା ସହିତ ପ୍ରତିବର୍ଷ ଏପରି ପରମ୍ପରା ବହନ କରିବାକୁ ଆହ୍ୱାନ ଦେଇଥିଲେ । ସୁରେନ୍ଦ୍ର ସାହୁ, ରବିନ୍ଦ୍ର ଜେନା, କମଳାକାନ୍ତ ନାୟକ, ଭରତ ଜେନା, ବୁଦ୍ଧିରାମ ସେଠୀ, ଜୟନ୍ତ ମହାନ୍ତି, ଆର୍ତ୍ତବହ୍ଲଭ ବାରିକ, ସୁକାନ୍ତ ମଳିକ, ଶଶିକାନ୍ତ ନାୟକ, କୈଳାସ ସେନାପତି, ଲକ୍ଷ୍ମୀଧର ଦାସ, ହରିହର ରାଉତ, ରବିନ୍ଦ୍ର ଦାସ ଓ ସ୍ପୋନସର ଭାବେ ପୀରହାଟ ବଜାରସ୍ଥିତ ଦୁରଦର୍ଶନ ପକ୍ଷରୁ ଅରୁଣ କୁମାର ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଥମ ଥର ଏହି ଉତ୍ସବ ପାଳନ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି । ଆୟୋଜକ କମିଟିର ସଦସ୍ୟମାନେ ନିସ୍ୱାର୍ଥପରଭାବେ ସହଯୋଗର ମାନସିକତା ରଖିଲେ ପ୍ରତିବର୍ଷ ଏପରି ପାଳନ ହୋଇ ପାରନ୍ତା ବୋଲି ସାଧରଣରେ ମତପ୍ରକାଶ ପାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |