ପୁରୁଣା ଷ୍ଟେସନ କୁ ମିଳିବ ନୁଆ ରୂପ , ସଜେଇ ହେଲାଣି କାର୍ଯ୍ୟାଳୟ |

15

କଟକ(ଉତ୍କଳ ନ୍ୟୁଜ) 5/୧୧/୨୬ : ବାଲିଯାତ୍ରା ରେ ଦର୍ଶକ ଙ୍କ ପାଇଁ ପଲିଶ୍ରୀ ମେଳା ତଥା ଓରମାସ ସାଜିବ କେନ୍ଦ୍ରବିନ୍ଦୁ | ଏଥିପାଇଁ ଯାତ୍ରା ପଡିଆ ରେ ଇଭେଣ୍ଟ ମ୍ୟାନେଜମେଣ୍ଟ ଦ୍ୱାରା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେଉଛି | ତେବେ ଚଳିତ ବର୍ଷ ଓଡିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଙ୍ଗ ସୋସାଇଟି (ଓରମାସ) ପକ୍ଷରୁ ୫୦୦ଟି ଷ୍ଟଲ ରହିବା ସହ ଓଡିଶା ର ହସ୍ତତନ୍ତ ଓ ହସ୍ତଶିଳ୍ପ କୁ ବାଲିଯାତ୍ରା ପଡ଼ିଆର ପ୍ରମୁଖ ସ୍ଥାନ ମାନଙ୍କରେ ପ୍ରଦର୍ଶିତ କରାଯିବ |ଏଥିରେ ଏସଏଚଜି ଓ ପ୍ରଡ୍ୟୁସର ଗୃପ୍ ପାଇଁ ସଂରକ୍ଷିତ ୨୦୦ ଟି ଷ୍ଟଲ ରହିଛି | ବାକି ଷ୍ଟଲ କୁ ପ୍ରଶାସନ ଦ୍ୱାରା ନିଲାମ କରୁଥିବାବେଳେ ଏହାକୁ ନେଇ ବ୍ୟବସାୟୀ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି | ପ୍ରତିବର୍ଷ ସାଜସଜା କୁ ଗୁରୁତ୍ୱ ଦିଆଯାଇଆସୁଛି | ଐତିହାସିକ କଟକ ବାଲିଯାତ୍ରାକୁ ଆହୁରି ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ଚଳିତ ବର୍ଷ ଆୟୋଜକଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ବାଲିଯାତ୍ରାରେ ପୁରୁଣା ରେଳଷ୍ଟେସନ୍‌ର ମଡେଲ୍‌କୁ ଏକ ସ୍ୱତନ୍ତ୍ର ଆକର୍ଷଣ ଭାବେ ସ୍ଥାନ ଦିଆଯିବ। ଏହି ଆୟୋଜନ ମାଧ୍ୟମରେ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସାଂସ୍କୃତିକ ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ଯୋଜନା ରହିଛି। ଏଥିସହ ବିଭିନ୍ନ ପ୍ରକାରର ଷ୍ଟଲ୍‌, ଖାଦ୍ୟପେୟ, ହସ୍ତଶିଳ୍ପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାର ଶୋଭା ବୃଦ୍ଧି କରିବ। ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏହି ନୂତନ ଆକର୍ଷଣ ଏକ ସ୍ମରଣୀୟ ଅନୁଭୂତି ହେବ ବୋଲି ଆଶା କରାଯାଉଛି। ଉତ୍କଳ ନ୍ୟୁଜ