କଟକ ,(ଉତ୍କଳ ନ୍ୟୁଜ), ୨୮.୫.୨୦୨୫ : ପଞ୍ଜାବର ଅମୃତସର ବାଇପାସ ନିକଟରୁ ବୋମା ନେବାକୁ ଆସିଥିବା ଜଣେ ବବାର ଖାଲସା ଆତଙ୍କବାଦୀର ହାତରେ ବୋମାଫୁଟିବାରୁ ତା"ର ମୃତ୍ୟୁ ଘଟିଛି |ଆତଙ୍କବାଦୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା କିନ୍ତୁ କିଛି ଘଣ୍ଟା ପରେ ତା"ର ମୃତ୍ୟୁ ଘଟିଥିଲା | ଅମୃତସର ଗ୍ରାମୀଣ ଜିଲ୍ଲାର କାମ୍ବୋ ଥାନା ଅଶିଣ ନୌସେରା ଗ୍ରାମ ନିକଟରେ ଏହି ଘଟଣା ଘଟିଛି | ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ପୋରଣରେ ଆତଙ୍କବାଦୀର ଦୁଇ ହାତ ଉଡି ଯାଇଥିଲା |