୪୯୮୨ କୋଟିର ପ୍ରକଳ୍ପ ମଞ୍ଜୁର |

111

କଟକ,(ଉତ୍କଳ ନ୍ୟୁଜ),୨୫.୦୭.୨୦୨୫ :ଶକ୍ତି କ୍ଷେତ୍ରର ଅଗ୍ରଣୀ କମ୍ପାନୀ ଲୁମିନସ ପାୱାର ଟେକ୍ନୋଲୋଜି ଗଞ୍ଜାମର ଗୋପାଳପୁରରେ ୯୫୦ କୋଟି ଟଙ୍କାର ବିନିଯୋଗରେ ଏକ ସୋଲାର ସେଲ ଓ ସୋଲାର ପିଭି ମୋଡ୍ୟୁଲ କାରଖାନା ସ୍ଥାପନ କରିବ | ଆଜି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ୪୯୮୨.୬୬ କୋଟି ଟଙ୍କାର ୨୩ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଅଛି | ୧୨ଟି ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେବ ପରେ ରାଜ୍ୟରେ ୧୧,୯୩୩ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ | ସୂଚନା ଅନୁସାରେ , ରାଜ୍ୟରେ ୬ଟି ନୂଆ ହୋଟେଲ ଓ ରିସୋର୍ଟ ନିର୍ମାଣ ହେବାକୁ ଯାଉଛି |