ସିଝୁଛି ପଶ୍ଚିମ ଓଡିଶା |

113

କଟକ (ଉତ୍କଳ ନ୍ୟୁଜ) ୧୬.୫.୨୦୨୫ :ତାତିଲା କଡେଇରେ ସିଝୁଛି ପଶ୍ଚିମ ଓଡିଶା | ଆଜି ପଶ୍ଚିମ ଓଡ଼ିଶାର ୧୨ ସହର ପାରଦ ୪୦ ଡ଼ିଗ୍ରୀ ଅତିକ୍ରମ କରିଛି |ଏପଟେ ଅନୁଗୁଳର ତାପମାତ୍ରା (୪୦.୭.ଡ଼ିଗ୍ରୀ ) ମଧ୍ୟ ୪୦ ଡ଼ିଗ୍ରୀ ଅତିକ୍ରମ କରିଛି | ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟର ଉତପ୍ତ ସହର ଭାବେ ବୋୖଦ୍ଧ ଉଭା ହୋଇଛି |ଏଠାରେ ୪୨.୮ ଡ଼ିଗ୍ରୀ ପାରଦ ରେକର୍ଡ ହୋଇଛି | ଏହାପରେ ଝଡ଼ସୁଗୁଡ଼ାରେ ୪୨.୨ ଡ଼ିଗ୍ରୀ , ସମ୍ବଲପୁରରେ ୪୨ ଡ଼ିଗ୍ରୀ , ସୁନ୍ଦରଗଡ଼ରେ ୪୧ ଡ଼ିଗ୍ରୀ , ହୀରାକୁଦରେ ୪୧.୬ ଡ଼ିଗ୍ରୀ , ବଲାଙ୍ଗୀରରେ ୪୧.୧ ଡ଼ିଗ୍ରୀ , ଟିଟିଲାଗଡ଼ରେ ୪୧.୫ ଡ଼ିଗ୍ରୀ , ସୋନପୁରରେ୪୦.୫ ଡ଼ିଗ୍ରୀ , ନୂଆପଡାରେ ୪୦ ଡ଼ିଗ୍ରୀ ଓ ରାଉଲକେଲାରେ ୪୦.୫ ଡ଼ିଗ୍ରୀ ତାପମତ୍ରା ରେକର୍ଡ ହୋଇଛି | ଆସନ୍ତା କଲି ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ପ୍ରଭାହ ଜାରି ରହିବା ସହ କିଛିକିଛି ସ୍ଥାନରେ କାଳବୈଶାଖୀ ହବାର ସମ୍ଭାବନା ରହିଛି | ବିଶେଷ କରି ନବରଙ୍ଗପୁର , ମାଲକାନଗିରି ,କୋରାପୁଟ, ରାୟଗଡା, ଗଜପତି, ଗଂଜାମ , ନୟାଗଡ , ଓ ମୟୁରଭଞ୍ଜ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ବର୍ଷାବି ହୋଇପାରେ | ଏଥିସହ ଉପକୂଳ ଓଡ଼ିଶାରେ ମଧ୍ୟ କାଳବୈଶାଖୀ ସମ୍ଭାବନା ରହିଛି | ଆସନ୍ତା ଦୁଇଦିନ ରାଜ୍ୟରେ ଉଷ୍ମ ଓ ଆଦ୍ର ପାଗ ଜାରି ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ|