ଆଡ଼ପ ମଣ୍ଡପରେ ମହାପ୍ରଭୁ |

86

କଟକ,(ଉତ୍କଳ ନ୍ୟୁଜ),୩୦.୬.୨୦୨୫ : ରତ୍ନବେଦି ଛାଡି ଜନ୍ମବେଦିରେ ବିରାଜିଛନ୍ତି ଚତୁର୍ଦ୍ଧା ବିଗ୍ରହ | ରଥରେ ଗଡ଼ିବା ବେଳେ ବିଳମ୍ବ କଲେ କିନ୍ତୁ ରଥରୁ ପହଣ୍ଡି ବେଳେ ସଅଳ ସଅଳ ଆଗେଇ ଚାଲିଲେ | ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇଭଉଣୀଙ୍କ ସହ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି | ଗୋଟି ପହଣ୍ଡିରେ ଏହି ନୀତି ଅନୁଷ୍ଠିତ ହୋଇଛି | ପ୍ରଥମେ ଶ୍ରୀବଳଭଦ୍ର , ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ଲଗେଇ ଝୁଲିଝୁଲି ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିଥିଲେ | ଘଣ୍ଟାଘଣ୍ଟା , ହରିବୋଲ , ହୁଳହୁଲି ,ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର | ପହଣ୍ଡି ୬ଟା ୫୦ରେ ଆରମ୍ଭ ହୋଇଥିଲା | ୯ଟା ୩୫ ସୁଦ୍ଧା ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିସାରିଥିଲେ |ସୋମବାରଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଭକ୍ତ | ଏଥିସହ ଶ୍ରିମଦିରାର ସୋମବାରଠାରୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢା | ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି |