ବିହାର ରେ ୫,୨୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି |

63

କଟକ,(ଉତ୍କଳ ନ୍ୟୁଜ) ବିହାରର ସିୱାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫,୨୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ମୋଦୀ ଆଜି ସିୱାନରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଛନ୍ତି ଏବଂ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ଉତ୍ତର ବିହାରରେ ଯୋଗାଯୋଗ ସୁଦୃଢ଼ କରିବାପାଇଁ ମୋଦୀ ପାଟଳିପୁତ୍ରରୁ ଗୋରଖପୁର ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ୪୦୦ କୋଟିରୁ ଅଧିକ ଟଙ୍କାର ବୈଶାଳୀ-ଦେଓରିଆ ରେଳଲାଇନ୍‌କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି ଏବଂ ଏହି ପଥରେ ଏକ ନୂଆ ରେଳ ସେବା ଶୁଭାରମ୍ଭ କରିଛନ୍ତି। ଶକ୍ତି ଭିତ୍ତିଭୂମି ଏବଂ ଆବାସ, ପାନୀୟ ଜଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ମୋଦୀ ଶୁଭାରମ୍ଭ କରିଛନ୍ତି। ୫୩,୬୦୦ରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଦେଇଛନ୍ତି ଏବଂ ଏଥିସହ ଶେଷ ହୋଇଥିବା‌ ୬,୬୦୦ ଘରର ଏକ ସାଙ୍କେତିକ ଗୃହ ପ୍ରବେଶ କରାଇଛନ୍ତି।