ପଞ୍ଚଭୂତରେ ଲୀନହେଲେ ସୌମ୍ୟାଶ୍ରୀ |

68

କଟକ,(ଉତ୍କଳ ନ୍ୟୁଜ),୧୬.୦୭.୨୦୨୫ : ଜୀବନ ଯୁଦ୍ଧରେ ହାରିଯିବା ପରେ ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି ବାଲେଶ୍ୱର ଏଫ.ଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଓରଫ ରୋଜି | ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜନ୍ମମାଟି ପଳାଶିଆ ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ ହୋଇଛି | ସୌମ୍ୟାଶ୍ରୀଙ୍କ ମୃତଦେହ ଗାଁରେ ପହଂଚିବାଠାରୁ ଅଗ୍ନିରେ ବିଲୀନ ହେବ ପର୍ଯ୍ୟନ୍ତ କନ୍ଦବୋବାଳିରେ ଫାଟି ପଡିଥିଲା ସମଗ୍ର ଅଞ୍ଚଳ | ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରାଜିଲ୍ଲା ସ୍ତବ୍ଧ ହୋଇଯାଇଛି | ଗତ ଶନିବାର ଦିନ ଏଫ.ଏମ କଲେଜ ସରକାରୀ ପ୍ରଫେସରଙ୍କ ନିର୍ଯାତନା ସହି ନପାରି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ସୌମ୍ୟାଶ୍ରୀ |ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମସରେ ଭର୍ତ୍ତି କରାଯାଇଥିଲା | ସୋମବାର ରାତି ୧୧ଟା ୪୬ ମିନିଟ ସମୟରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ |