ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ୧୧୬ଟି ଅଭିଯୋଗ ଆଗତ |

310

କଟକ (ଉତ୍କଳ ନ୍ୟୁଜ ) ୨୪-୦୨-୨୦୨୫ : ଭଦ୍ରକ ଜିଲା ତିହିଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ନୀଳମଣି ସଭାଗୃହ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲାପାଳ ଦିଲୀପ ରାଉତରାୟ, ଜିଲା ଆରକ୍ଷୀ ଅଧିକ୍ଷକ ମଡ଼କର ସନ୍ଦିପ ସମ୍ପତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ନୂତନ ବିଡିଓ ନିରଂଜନ ବାରିକ, ପୂର୍ବତନ ବିଡିଓ ଜ୍ୟୋତିର୍ମୟ କର ପ୍ରମୁଖ ଯୋଗଦେଇ ୧୧୬ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରେ ୮୬ଟି ବ୍ୟକ୍ତିଗତ, ୨୬ଟ ଗ୍ରାମ ସମ୍ବନ୍ଧୀୟ ଓ ୫ଟି ରେଡ଼କ୍ରସ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା । ସମୁଦାୟ ୨୮ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଶେଷରେ ଜିଲାପାଳ ଶ୍ରୀ ରାଉତରାୟ ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ କରିଥିଲେ । ଏହି ଶିବିରରେ ଡେପୁଟି କଲେକ୍ଟର କରୁଣାକର ଧିନ୍ଦା, ଡିଏସଡବ୍ଲୁ ପୁଷ୍ପଲତା ପାତ୍ର, ଜିଲା ଶ୍ରମ ଅଧିକାରିଣୀ ପ୍ରେମ ମଞ୍ଜରୀ ନାୟକ, ସାଳନ୍ଦୀ ଡିଭିଜନ ଏସଡିଓ ରାଇକେନ ବେଶ୍ରା, ଆର.ଡି. ଏସଡିଓ ଛୋଟେଲାଲ ମାରାଣ୍ଡି, ଡ୍ରେନେଜ ଏସଡିଓ ସମ୍ବିତ ଶିଅଳ ପ୍ରମୁଖଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଥିଲେ । ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ଜୀବିକା ମିଶନ ବିଏଲସି ସ୍ନିଗ୍ଧା ନାୟକ, ବିପିସି କୌଶିକ ଗିରି, ଏନଆରଇଜିଏସ ସହକାରୀ ସୁଧାଂଶୁ ନାୟକ ଓ ଏପିଇଓ କାମିନୀଲତା ଓଝା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ||