ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର ଓ ଆଗ୍ନିକ ଦୁର୍ବିପାକରୁ ନିଜକୁ କିପରି ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ |

104

କଟକ (ଉତ୍କଳ ନ୍ୟୁଜ ) ୦୨.୦୬.୨୦୨୫: ଆଜି ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ସଙ୍ଗମ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଆଇନ ସେବା ପ୍ରାଧିକରଣର ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର ଓ ଆଗ୍ନିକ ଦୁର୍ବିପାକରୁ ନିଜକୁ କିପରି ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ କଟକ, ବିଡାନାସୀ ଦମକଳ ବାହୀନୀର ଆଗ୍ନିକ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଅଗ୍ନିନିର୍ବାପକ ଯନ୍ତ୍ରର ପରୀକ୍ଷଣ ଏବଂ ପ୍ରତୀକାତ୍ମକ ଅଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରି ରାଜ୍ୟ ଆଇନ ସେବା ପ୍ରାଧିକରଣର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅଗ୍ନି ଦୁର୍ବିପାକରୁ ନିଜକୁ ସୁରକ୍ଷିତ କରିବା ସ‌ହିତ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଇଥିଲେ । ଉକ୍ତ ସଚେତନତା/ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ,ଉପ ସଚିବ, ସହ ସଚିବ ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।