ଶ୍ରୀନଅରରେ ଖଡ଼ି ପ୍ରସାଦ ବିଜେ ନୀତି ସମ୍ପନ୍ନ |

57

କଟକ,(ଉତ୍କଳ ନ୍ୟୁଜ) ୨୫.୬.୨୦୨୫ : ଦତ୍ତ ମହାପାତ୍ର ସେବକ ତ୍ରୟୋଦଶୀରେ ଶ୍ରୀମନ୍ଦିରକୁ ଖଡ଼ି ପ୍ରସାଦ ବିଜେ କରାଇଥିଲେ | ପତି ମହାପାତ୍ର ସଂସ୍କାର କରିବା ପରେ ଏହା ମହାପ୍ରଭୁଙ୍କୁ ଲାଗି ହୋଇଛି |ଆଜି ଦତ୍ତ ମହାପାତ୍ର ସେବକ ଓ ଦଇତାପତି ସେବକ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ କରାଇଛନ୍ତି |ରୂପ ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସି ଚୂଳ,ଦଇତାପତିମାନେ ଧରି ଶ୍ରୀନଅରକୁ ଆସିଥିବା ବେଳେ ୩ ରୁପା ପିଙ୍ଗଣରେ ଖଡ଼ି ପ୍ରାସାଦକୁ ସେବକମାନେ ରାଜନଅରକୁ ବିଜେ କରାଇଥିଲେ | ଏହି ଖଡ଼ି ପ୍ରାସାଦକୁ ଗଜପତିଙ୍କ ଗାଦିରେ ରଖାଯାଇଥିଲା | ଶ୍ରୀନଅରରେ ଖଡ଼ି ପ୍ରସାଦ ବିଜେ ନୀତି ସମ୍ପନ୍ନ ହେବ ପରେ ଦେବୀପ୍ରସାଦ ରାଜଗୁରୁଙ୍କ ହାତରୁ ଶାଢ଼ି ନେଇ ପାଟ୍ଟଶାଣୀ ସେବକ ତଳୁଛ ,ଦେଉଳକରଣ,ବେହେରା ଖୁଣ୍ଟିଆ, ପତିମହାପାତ୍ର ଓ ତିନିବାଡ଼ର ଦଇତାପତିଙ୍କୁ ବାନ୍ଧିଥିଲେ |