କରୋନାରେ ୨୪ ଘଣ୍ଟାରେ ୫ ମୃତ |

97

କଟକ,(ଉତ୍କଳ ନ୍ୟୁଜ),୪.୬.୨୦୨୫ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬୫ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ମଙ୍ଗଳବାର ସାରା ଦେଶରେ ସକ୍ରିୟ କୋଭିଡ ମାମଲା ସଂଖ୍ୟା ୪,୦୨୬କୁ ବୃଦ୍ଧି ପାଇଛି | ଗତ ୨୪ଘଣ୍ଟାରେ ମଧ୍ୟରେ କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି | ଗୁଜୁରାଟରେ ଗୋଟିଏ ଦିନରେ ସର୍ବାଧିକ ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୯୭ରେ ପହଞ୍ଚିଛି | ଦିନିକିଆ ସଂକ୍ରମଣ ବୃଦ୍ଧିରେ ଗୁଜୁରାଟ ଶୀର୍ଷରେ ରହିଛି | ସର୍ବାଧିକ ସକ୍ରିୟ କୋଭିଡ ମାମଲା ଥିବା ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି କେରଳ | ବର୍ତ୍ତମାନ ସର୍ବାଧିକ ପ୍ରଭାବିତ ରାଜ୍ୟ କେରଳରେ ୧୪୧୬, ମାହାରାଷ୍ଟ୍ରରେ ୪୯୪, ଗୁଜୁରାଟରେ ୩୯୭ ଓ ଦିଲ୍ଲୀରେ ୩୯୩ ସକ୍ରିୟ ମାମଲା ରହିଛି |