ୟୁଥ୍ ରେଡ୍ କ୍ରସର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ କଟକ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ |

1377

କଟକ ( ଉତ୍କଳ ନ୍ୟୁଜ ) ୧୯-୦୯-୨୬ : କଟକ ଜିଲ୍ଲା ଯୁବ ରେଡକ୍ରସ କାର୍ଯ୍ୟକାରିଣୀ ବୈଠକ ଷ୍ଟି୍ୱାର୍ଟ ବିଜ୍ଞାନ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଛି l ସର୍ବପ୍ରଥମେ ମହାବିଦ୍ୟାଳୟର ଅଧ୍ୟକ୍ଷl ଡ଼ଃ ଦୀପା ନାଗ ରେଡକ୍ରସ ପତାକା ଉତ୍ତୋଳନ କରି ସମସ୍ତ ପରାମର୍ଶଦାତା, କଟକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଓ ଯୁବ ରେଡକ୍ରସର ସ୍ବେଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ l ଏହାପରେ କଲେଜ ସଭାଗୃହରେ ଅଧ୍ୟକ୍ଷ୍ୟlଙ୍କ ସଭାପତିତ୍ୱରେ ଉଦଘାଟନୀ ସଭା ଆୟୋଜିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଯୁବ ରେଡ଼କ୍ରସ ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜ ସେବା ତଥା ଯୁବ ବିକାଶ ପାଇଁ ଯୁବ ରେଡ଼କ୍ରସର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପl ତ କରିଥିଲେ ଏବଂ ବିଗତ ବର୍ଷ ମାନଙ୍କରେ କଟକ ଜିଲ୍ଲାର ଏ କ୍ଷେତ୍ରରେ ଅବଦାନକୁ ପ୍ରଶଂଶା କରିଥିଲେ l

ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟର ପରିଚଳନl ସମିତି ସଭାପତି ଶ୍ରୀଯୁକ୍ତ ସମରେନ୍ଦ୍ର ପରମାଣିକ, କଟକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଉମାକାନ୍ତ ସାହୁ, କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର ନିର୍ଦେଶକ ଡ଼ଃ ଚନ୍ଦ୍ରିକା ପ୍ରସାଦ ଦାସ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପୁଷ୍ପଶ୍ରୀ ସଂଡ଼ିଲ ଓ ଯୁବ ରେଡ଼କ୍ରସ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ମିଶ୍ର ଯୋଗ ଦେଇ ପ୍ରାକୃତିକ ବିପର୍ଯୟ ପରିଚାଳନା, ପ୍ରାଥମିକ ସହାୟତା, ରକ୍ତଦାନ, ଏଚ. ଆଇ. ଭି. ଏଡ଼ସ ସଚେତନତା, ସାମାଜିକ ସେବା ଇତ୍ୟାଦି କ୍ଷେତ୍ରରେ ଯୁବ ରେଡ଼କ୍ରସର ପରାମର୍ଶଦlତl ଓ ସ୍ବେଛାସେବୀ ମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିବା ସହିତ କଟକ ଜିଲ୍ଲା ଯୁବ ରେଡକ୍ରସର ସମସ୍ତ କ୍ଷେତ୍ରରେ ଅବଦାନକୁ ପ୍ରଶଂସା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯୨ ଜଣ ପରାମର୍ଶଦାତା ଓ ୧୫ ଜଣ ଅଧ୍ୟକ୍ଷ ଯୋଗଦେଇ ଆଗାମୀ ବର୍ଷରେ କଟକ ଜିଲ୍ଲାର ଯୁବ ରେଡ଼କ୍ରସ କିପରି ତାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିପାରିବ ସେଉପରେ ସେମାନଙ୍କ ମତାମତ ଦେଇଥିଲେ l ବିଗତ ବର୍ଷର ରେଡକ୍ରସର ସଫଳତା ପାଇଁ ଅଧ୍ୟକ୍ଷ ଓ ପରାମର୍ଶଦାତା ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ l

ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଜିଲ୍ଲା ଅବାହିକା ଡ଼ଃ ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ସଭାକୁ ଯୁବ ରେଡକ୍ରସ ସ୍ବେଛାସେବୀ ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ ସଭାମଞ୍ଚ ପରିଚାଳନା କରିଥିବାବେଳେ ଅନ୍ୟ ସ୍ବେଛାସେବୀମାନେ ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳ କରିବାପାଇଁ ସହାୟତା ପ୍ରଦାନ କରିଥିଲେ l