ମୋଦୀଙ୍କୁ ଭେଟିଲେ ଶୁଭ୍ରାଂଶୁ |

53

କଟକ,(ଉତ୍କଳ ନ୍ୟୁଜ),୧୯.୦୮.୨୦୨୫ : ଭାରତୀୟ ମହାକାଶଚାରି ଶୁଭ୍ରାଂଶୁ ଶୁକ୍ଲା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି | ଆକ୍ସମ -୪ ମିସନରେ ଆନ୍ତର୍ଜାତୀକ ମହାକାଶ କେନ୍ଦ୍ରକୁ ସେ ନେଇଥିବା ଭାରତର ଜାତୀୟ ପତାକା ଏବଂ ସେଠାରୁ ଉଠାଇଥିବା ପୃଥିବୀର ଫଟୋ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି | ଆନ୍ତର୍ଜାତୀକ କ୍ରିଉ ଅଂଶବିଶେଷ ଭାବେ ଭାରତର ଜଣେ ମହାକାଶଚାରି କିପରି ଦୀର୍ଘକାଳୀନ ଅପରେସନରେ ଅଂଶଗ୍ରହଣ କରିଥିଲେ ସେ ନେଇ ତାଙ୍କ ଭିତରେ ରହିଥିବା ଉଲ୍ଲାସ ତଥା ଆହ୍ୱାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବଖାଣି ଥିଲେ | ମହାକାଶ କେନ୍ଦ୍ରରେ କରାଯାଇଥିବା ବୈଜ୍ଞାନିକ ପରୀକ୍ଷଣ ଉପରେ ମତ ରଖିଥିଲେ |ଶୁଭ୍ରାଂଶୁଙ୍କଠାରୁ ପାଇଥିବା ଉପହାର ତାଙ୍କ ହୃଦୟକୁ ଛୁଇଁପାରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେବା ସହିତ ମହାକାଶକୁ ଏହି ଯାତ୍ରା ପିଢ଼ି ପରେ ପିଢ଼ିକୁ ପ୍ରେରିତ କରୁଥିବ ବୋଲି କହିଛନ୍ତି |