କଟକ (ଉତ୍କଳ ନ୍ୟୁଜ ) ୦୩-୦୩-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ସାଟିଓଟି କାଚରାସାହିରେ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶଙ୍କରାଚାର୍ଯ୍ୟଙ୍କ ଆଗମନ ନେଇ ରବିବାର ପୂର୍ବାହ୍ନରେ ପୁରୀରୁ ଏକ ପ୍ରତିନିଧି ଆସି ପରିଦର୍ଶନ କରି ଫେରିଥିବା ଜଣାଯାଇଛି । ଚାରଣ ଶୁଭେନ୍ଦୁ ସ୍ୱାଇଁ, ମହାରାଜ ସୁଶିଲ, ବିଜୟାନନ୍ଦ ପାଇଟାଲ ଏବଂ ଭଦ୍ରକରୁ ଡାକ୍ତର ପ୍ରଭାସ ମହାନ୍ତି ଓ ପ୍ରବଚକ ସୁଧାକର ଧନୀ ପ୍ରମୁଖ ସାମିଲ ହୋଇଥିଲେ । ମହିଳା ଓ ସତ୍ୟସାଇ ସଂଗଠନର ବାଳବିକାଶ ପିଲାମାନଙ୍କ ଦ୍ୱାରା ବେଦ ଆବୃତ୍ତି କରାଯିବା ସହିତ ଶଙ୍ଖ ହୁଳହୁଳୀ ଓ ନାମ ସଂକୀର୍ତ୍ତନ ମାଧ୍ୟମରେ ଏହି ପ୍ରତିନିଧି ଦଳଙ୍କୁ ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ପାଛୋଟି ନିଆଯାଇଥିଲା । ସୂଚନା ଥାଉକି, ଚନ୍ଦ୍ରଶେଖର ମହାଦେବ ମନ୍ଦିର ଆସନ୍ତା ଅକ୍ଷୟ ତୃତୀୟାରେ ପ୍ରତିଷ୍ଠା କରାଯିବାର କାର୍ଯ୍ୟକ୍ରମ ରହିଛି ଏବଂ ଏନେଇ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ମନ୍ଦିର ଓ ପରିବେଶ ସମ୍ପର୍କରେ ଏହି ପ୍ରତିନିଧି ସମିକ୍ଷା କରି ଫେରିଥିବା ଜଣାଯାଇଛି । କମଳାକାନ୍ତ ମଲ୍ଲିକ, ରବିନ୍ଦ୍ର ଦାସ, ନୃସିଂହ ଚରଣ ନାୟକ, ପ୍ରଦୀପ୍ତ କୁମାର ଦାସ, ହେମନ୍ତ କୁମାର ସୂତାର, କାଳନ୍ଦି ଚରଣ ଦ୍ୱିବେଦୀ, ସୁରେନ୍ଦ୍ର ସାହୁ, ଗଣେଶ ଚନ୍ଦ୍ର ଦାସ, ପ୍ରଫୁଲ ପାଢୀ, ସୁବାଶ ଦାସ, ବାଇଧର ପରିଡା, ବିଜୟ ବଳ, ଅଶ୍ୱନୀ ମଲ୍ଲିକ, ଭାବଗ୍ରାହୀ ମଲ୍ଲିକ, ଦିବାକର ବାରିକ, ଗୟାଧର ବଳ, ରାମଚନ୍ଦ୍ର ବାରିକ, ଅଲେଖ ସାହୁ, ଦାମୋଦର ସାହୁ, ସୁରେନ୍ଦ୍ର ସାହୁ, ସଞ୍ଜୟ ସାହୁ, ଶିବାନୀ ସାହୁ, ଯମୁନା ସାହୁମ ପୁଷ୍ପାଞ୍ଜଳୀ ନନ୍ଦି, ଶାନ୍ତିଲତା ସାହୁ, ସାବିତ୍ରୀ ସାହୁ ପ୍ରମୁଖ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |