ଆଜି ଓଡିଶା ବନ୍ଦ |

112

କଟକ,(ଉତ୍କଳ ନ୍ୟୁଜ),୧୭.୦୭.୨୦୨୫ : ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁକୁ ନେଇ ବିରୋଧୀ ସରକାରଙ୍କୁ ଲଗାତାର ଟାର୍ଗେଟ କରୁଥିବା ବେଳେ ଆସନ୍ତାକଲି ଓଡିଶା ବନ୍ଦ ପାଳିବେ ୮ ବିରୋଧୀ ଦଳ | ବଜାର ,ପରିବହନ ,ଶିକ୍ଷାନୁଷ୍ଠାନ , ସରକାରୀ ଅଫିସ , ଅଦାଲତ , ବ୍ୟାଙ୍କ ଏବଂ ବୀମା ଭଳି ରାଷ୍ଟ୍ରୀୟତ୍ତ ଉଦ୍ୟୋଗ ଇତ୍ୟାଦିକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି | ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ | ତେବେ ଅତ୍ୟାବଶ୍ୟକ ସେବା , ଆମ୍ବୁଲାନ୍ସ ଓ ରୋଗୀଙ୍କ ଚିକିତ୍ସା ଆଦି ବନ୍ଦରୁ ବାଦ ରହିବ | ଏ ନେଇ ସହଯୋଗପୂର୍ବକ ବନ୍ଦକୁ ସଫଳ କରିବା ପାଇଁ ଓଡିଶାର ଜନସାଧାରଣ , ସମସ୍ତ ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ , ଟ୍ରେଡ଼ ୟୁନିୟନ , କୃଷକ ସଂଗଠନ ,ମହିଳା ,ଯୁବକ ,ଛାତ୍ର ଓ ସମାଜର ସମସ୍ତ ବର୍ଗଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ |