ଚିତାବାଘ ଆକ୍ରମଣରେ ଚାରି ବର୍ଷର ଶିଶୁକନ୍ୟା ମୃତ |

67

କଟକ,(ଉତ୍କଳ ନ୍ୟୁଜ),୨୧.୬.୨୦୨୫: ବୁଧବାର ସନ୍ଧ୍ୟାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଏକ ଚିତାବାଘ ଆକ୍ରମଣରେ ଚାରି ବର୍ଷର ଶିଶୁକନ୍ୟାର ଜୀବନ ଯାଇଛି। ଶିଶୁକନ୍ୟାଟି ନିଜ ଘରେ ଥିବା ବେ‌ଳେ ଚିତା ବାଘ ଆକ୍ରମଣରେ ତା’ର ଜୀବନ ଯାଇଛି। ଶନିବାର ଦିନ ଜଙ୍ଗଲ ଭିତରୁ ଶିଶୁଟିର ମୃତଦେହ ବିକୃତ ଅବସ୍ଥାରେ ମିଳିଛି।ପାହାଡ଼ି ସହର ଭାଲପାରାଇରେ ରୋଶନି ନାମକ ନାବାଳିକା ଜଣକ ତାଙ୍କ ଘର ବାହାରେ ଖେଳୁଥିବା ବେଳେ ଏହି ଘଟଣା ଘଟିଥିଲା। ଚିତାବାଘ ତାଙ୍କୁ ଉଠାଇ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ନେଇଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।ବନ ଅଧିକାରୀ ଏବଂ ପୁଲିସ ପରବର୍ତ୍ତୀ ସମୟରେ ନାବାଳିକାଙ୍କୁ ଖୋଜିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଭିଜୁଆଲ୍‌ରେ ସର୍ଚ୍ଚଲାଇଟ୍, ଡ୍ରୋନ୍ ଏବଂ ସ୍ନିଫର କୁକୁର ସହିତ ଟିମ୍‌ ପାହାଡିଆ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଶନିବାର ଦିନ ବନ ଅଧିକାରୀ ଏବଂ ପୁଲିସ୍‌ ଶିଶୁକନ୍ୟାଟିର ମୃତଦେହ ଉଦ୍ଧାର କରିଛନ୍ତି। ଏହି ଆକ୍ରମଣ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି।