ବୟନିକା ର ରାତ୍ରିକାଳୀନ ବିକ୍ରୟ ଆରମ୍ଭ ।

88

କଟକ (ଉତ୍କଳ ନ୍ୟୁଜ ) ୨୯-୦୩ -୨୦୨୫ : ସମବାୟ, ହସ୍ତତନ୍ତ ତଥା ବୟନ ବିଭାଗ ମନ୍ତ୍ରୀ, ଶ୍ରୀ ପ୍ରଦୀପ ବଳସାମନ୍ତ ଙ୍କ ସମେତ, ବିଭାଗୀୟ କମିଶନର ତାପସ କୁମାର , ବୟନିକାର ସଭାପତି ଶ୍ରୀ ପ୍ରକାଶ ମେହେର, ପରିଚାଳନା ନିର୍ଦ୍ଧେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ ଏବଂ ଉତ୍କଳିକା ର ପରିଚାଳନା ନିର୍ଦ୍ଧେଶିକା ମଧୁମିତା ରଥଙ୍କ ଉପସ୍ଥିତିରେ, ଏହି କାର୍ଯ୍ୟକ୍ରମ, ପ୍ରଦୀପ ପ୍ରଜ୍ବଳନ ସହିତ , ଆରମ୍ଭ କରାଯାଇଥିଲା | ଏହି ପରିପ୍ରେକ୍ଷୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଶାହନବାଜ ହୁସେନ ମଧ୍ୟ ଉପସ୍ଥିତ ଥିଲେ | ଏହି ନାଇଟ ବଜ଼ାର ର, ସୁବିଧା ମାର୍ଚ୍ଚ ୩୧ ତାରିଖ, ଶେଷରାତ୍ରି ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏଠାରେ ସମସ୍ତ ହସ୍ତତନ୍ତ ଉତ୍ପାଦ ଉପରେ, ୨୦%, + ୧୦%, + ୫% ର ବିଶେଷ ରିହାତିର ସୁବିଧା ମିଳିବ ।

ବୟନିକାର ସମସ୍ତ ବିକ୍ରୟ ଶାଖା ସହିତ, ଏବେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା, ଜାତୀୟ ହସ୍ତତନ୍ତ ମେଳା ଏବଂ ଜନତା ମଇଦାନରେ ଚାଲିଥିବା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଖୋଲିଥିବା, "ବୟନିକା ଷ୍ଟଲ" ରେ ଏହି ରିହାତି ସୁବିଧା ଉପଲବ୍ଧ ହେବ । ଏହାଛଡା ଖାରବେଳ ନଗରସ୍ଥିତ,ବୟନ ଭବନ ପରିସରରେ ଥିବା “ ବୟନିକା ଅନନ୍ୟ " ଶାଖାରେ, ରାତି ୧୧ଟା ରୁ ସକାଳ ୭ଟା ପର୍ଯ୍ୟନ୍ତ ହେବାକୁ ଥିବା, ବିକ୍ରୟ ଉପରେ, ଅତିରିକ୍ତ ୫% ରିହାତି ସୁବିଧା ମିଳିବ | ଏହି ସମୟରେ, ସଂଗୀତ ପରିବେଷଣ ହେବାସହ, ଖାଦ୍ୟ ପରିବେଷଣ ମଧ୍ୟ କରାଯିବ । ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।