ରାଜ୍ୟ ରେ ସୀମା ବିବାଦ କୁ ନେଇ ବିଧାନସଭା ରେ ବୈଠକ |

70

କଟକ (ଉତ୍କଳ ନ୍ୟୁଜ ) ୨୯-୦୫ -୨୦୨୫ : ରାଜ୍ୟ ରେ ସୀମା ବିବାଦ କୁ ନେଇ ବିଧାନସଭା ରେ ବୈଠକ | ଏନେଇ ବାଚସ୍ପତି ଙ୍କ ଅଧ୍ୟକ୍ଷତା ରେ ବିଧାନସଭା ରେ ହାଉସ କମିଟି ବୈଠକ ଅନୁଷ୍ଠିତ ହୋଇଛି | ବିଜେପି ବିଧାୟକ ମନୋରଞ୍ଜନ ଦ୍ୟନ ସାମନ୍ତରାୟ କହିଛନ୍ତି ରାଜ୍ୟ ରେ କୋଟିଆ, ଗଂଜାମ , ବାଲେଶ୍ୱର , ଗଜପତି ଆଦି ବିଭିନ୍ନ ଅଂଚଳ ରେ ଥିବା ସୀମା ବିବାଦ ଅଂଚଳ କୁ କମିଟି ଗସ୍ତ କରିବ | ଅନ୍ୟାନ୍ୟ ସୀମା ସମସ୍ୟା ନେଇ ବୈଠକ ରେ ଆଲୋଚନା ହୋଇଛି | ଆଗାମୀ ଦିନ ରେ ସବୁ ବିଭାଗ ଅଫିସର ଙ୍କୁ ନେଇ ବର୍ଡ଼ର କମିଟି ବୈଠକ ହେବ |