ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ,୨୪ରୁ ପ୍ରବଳ ବର୍ଷା ସମ୍ଭାବନା |

64

କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ : ରାଜ୍ୟରେ ଏବେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଦିନରେ ଖରା ଓ ଅପରାହ୍ନରେ ବର୍ଷା ଜାରି ରହିଛି | ଆସନ୍ତା ୨୩ ତାରିଖ ଯାଏ ରାଜ୍ୟରେ ଏହିଭଳି ପାଗ ଜାରି ରହିବ | ୨୪ ତାରିଖ ଆଡକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି | ଫଳରେ ୨୪ ତାରିଖ ଆଡକୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଆସନ୍ତାକାଲି ରାଜ୍ୟର ମୟୁରଭଞ୍ଜ , କେନ୍ଦୁଝର , ଦେବଗଡ଼ , ଅନୁଗୁଳ , ସମ୍ବଲପୁର, ବୋୖଦ୍ଧ , କନ୍ଧମାଳ , କଳାହାଣ୍ଡି , ସୁବର୍ଣ୍ଣପୁର , ରାୟଗଡା , କୋରାପୁଟ ଓ ଗଜପତିର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଙ୍ଗ ଜାରି ହୋଇଛି | ଏଥିସହ ସୁନ୍ଦରଗଡ଼ ,ଝାରସୁଗୁଡା , ବରଗଡ଼ , ଢେଙ୍କାନାଳ , ନୂଆପଡା , ବଲାଙ୍ଗୀର , ନବରଙ୍ଗପୁର ଓ ମାଲକାନାଗିରି ଜିଲ୍ଲାରେ ଝଡବର୍ଷାର ସମ୍ଭାବନାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି | ୨୩ ତାରିଖ ଯାଏଁ ରାଜ୍ୟରେ ଏହିଭଳି ମୌସୁମୀ ବର୍ଷା ଜାରି ରହିବ ଓ ପରେ ଲଘୁଚାପଜନିତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି |